(ଶାସକ ପ୍ରଶାସକ)ସାରସକଣା ବ୍ଲକ ସ୍ଥାନୀୟ ଝାରପୋଖାରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ ଦୁଇଦିନ ତା ୧୩/୧୨ ଓ ୧୪/୧୨ ୨୪ ରିଖ ଧରି ଚାଲିଥିବା ୩୯ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି।ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାର ଆନୁଷ୍ଠାନିକ ଭାବେ ମଶାଲ ରେ ଅଗ୍ନି ସଂଯୋଗ କରି ଉଦଘାଟନ କରିଥିଲେ। ଛାତ୍ର ଛାତ୍ରୀ ମାନେ ଏକ ବିରାଟ ପଟୁଆରରେ ସ୍ଥାନୀୟ ଶିବମନ୍ଦିର ରୁ ବାହାରି ଖେଳ ପଡ଼ିଆରେ ପହଞ୍ଚିବା ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାରେ +୩ ବିଭାଗର ପୁରୁଷ ବର୍ଗରେ ଛାତ୍ର ରାଜେଶ ମାରାଣ୍ଡି ଓ ମହିଳା ବର୍ଗରେ ବାଦଲୀ ସିଂ ଓ +୨ବାଳକ ବିଭାଗରେ ଶ୍ରେଷ୍ଠ କ୍ରୀଡାବିତ୍ ନବୀନ ସିଂ ଓ ଛାତ୍ରୀ ଲକ୍ଷ୍ମୀ ହାଁସଦା ଶ୍ରେଷ୍ଠ କ୍ରୀଡାବିତ୍ ପୁରସ୍କାର ଲାଭ କରିଥିଲେ।ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ମୋଟ ୮ଗୋଟି ବିଭାଗରେ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।ଉଦଯାପନୀ ଉତ୍ସବରେ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଅଶୋକ କୁମାର ଶର୍ମା ସଭାପତି ଆସନ ଅଳଙ୍କୃତ କରିଥିବାବେଳେ ମୁଖ୍ୟ ଅତିଥି ତଥା ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ୍ ର ସମ୍ପାଦକ ତଥା ବରିଷ୍ଠ ଆଡଭୋକେଟ ଶ୍ରୀଯୁକ୍ତ ବିଜୟ କୁମାର ଦାସ,ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ୍ ର କାଉନ୍ ସିଲ ମେମ୍ବର ଶ୍ରୀଯୁକ୍ତ ପ୍ରସନ୍ନ ଜିତ୍ ମହାନ୍ତି
ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ମହାବିଦ୍ୟାଳୟ ଆଥେଲେଟିକ କ୍ଲବର ଉପ ସଭାପତି ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଥୋମାସ ମାରାଣ୍ଡି ,କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ସାହୁ ମଞ୍ଚାସିନ ଥିଲେ।ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ସଦାଶିବ ଗୋଚ୍ଛାୟତ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ରେଫେରୀ ଶ୍ରୀଯୁକ୍ତ ସନ୍ଦୀପ କୁମାର ମହାନ୍ତ ଓ ଶ୍ରୀଯୁକ୍ତ ଶିବାନନ୍ଦ ଦାଶ ଦୁଇଦିନ ଧରି ଚାଲିଥିବା କ୍ରୀଡା କୁ ପରିଚାଳନା କରିଥିଲେ। ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।
Sign in
Sign in
Recover your password.
A password will be e-mailed to you.