ମା ଲକ୍ଷ୍ମୀଙ୍କ ଛପନ ଭୋଗ ବଣ୍ଟନ

3

 ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡ଼ା ଗ୍ରାମରେ ସାର୍ବଜନୀନ ମହାଲକ୍ଷ୍ମୀ ପୂଜା  ଚାରିଦିନ ଧରି ବହୁ ଆଡମ୍ବର ସହକାରେ ପାଳନ ହେଉଥିବା ବେଳେ ଆଜି ତୃତୀୟ ଦିନ ଗ୍ରାମର ଶ୍ରଦ୍ଧାଳୁ ମାନେ ଛପନ ଭୋଗ ପ୍ରସ୍ତୁତ କରି ମାଁ ଲକ୍ଷ୍ମୀ ଙ୍କ ଠାରେ ଅର୍ପଣ କରିବା ପରେ ତାହା ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି ।ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଜେପୁର ର ପୂର୍ବତନ ବିଧାୟିକା ଶ୍ରୀମତୀ ରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗ୍ରାମର ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଛପନ ଭୋଗକୁ ମାଁଙ୍କ ପୂଜା ମଣ୍ଡପ ଯାଏଁ ନିଆ ଯାଇଥିଲା ।ଏହି ଶୋଭାଯାତ୍ରାରେ ଗ୍ରାମର ଅନେକ  ମା ମାଉସୀ ମାନେ  ସାମିଲ ହେଇଥିଲେ। ଭଜନ ସଙ୍କୀର୍ତ୍ତନ ସହ ହୁଳହୁଳିରେ ଗାଁ ଦାଣ୍ଡ ମୁଖରିତ ହୋଇ ଉଠିଥିଲା । ଭୋଗ ବଣ୍ଟନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ରଞ୍ଜନ କୁମାର ମେହେର ,ଶେଷଦେବ ମେହେର ,ଉତ୍ତମ ମେହେର ,ପବିତ୍ର ମେହେର ,ଦୀପକ ପଧାନ ,ଚନ୍ଦନ ପଧାନ,ରାକେଶ ପଧାନ , ଅଯୋଧ୍ୟା ପଧାନ , ଜୟଶଙ୍କର ଗୁରୁ ,ସଦାନନ୍ଦ ମେହେର ,ନିର୍ମଳ ମେହେର ,ପ୍ରଦୀପ ମେହେର ,ହରିବୋଲ ,ମେହେର ,ହରିହର ମେହେର ,ଭଜମନ ମେହେର , ପ୍ରେମାରଜ ମେହେର ,ମୁନୁ ମେହେର , ରୁକ୍ମଣ ମେହେର , ଢାଲେଶ୍ୱର୍ ମେହେର , ତୁଲାରମ ଭୁଏ ,ମନୋଜ ମେହେର , ମଳୟ ମେହେର, ଡ଼. ଭୋଲାନାଥ ମେହେର ସମେତ ଅନେକ ଉଦ୍ୟୋକ୍ତା ଯୁବବର୍ଗ ଭୋଗ ବଣ୍ଟନ ଓ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.