ଗୁଣପୁରର ଶୌଣ୍ଢିକ ସଂଘ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

3

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ତା ୧୫.୧୨.୨୦୨୪ ରିଖ ରବିବାର ଗୁଣପୁର ସହରାଞ୍ଚଳ ଶୌଣ୍ଢିକ ସେବା ସଂଘ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଗୁଣପୁର ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ବ୍ଳଡ଼ ବ୍ୟାଙ୍କଠାରେ ଆୟୋଜନ କରାଯାଇଥିଲା। ଡାକ୍ତର ସୂଜାତା ଗମାଙ୍ଗଙ୍କ ଦ୍ଵାର ଉଦଘାଟନ କରାଯାଇଥିଲା।ଶୌଣ୍ଢିକ ପରିବାର ତରଫରୁ ୨୩ ୟୁନିଟ ରକ୍ତ ଦାନ କରାଯାଇଅଛି| ସୁବାଷ ଚନ୍ଦ୍ର ସେନାପତି, ସନ୍ଦୀପ କୁମାର ପାତ୍ର, ବିଜୟ ଲକ୍ଷ୍ମୀ ବେହେରା,ହେମନ୍ତ ସାହୁକାର,ସନ୍ତୋଷ କୁମାର ବେହେରା, କୌଶିଷ କଂସ ବେହେରା, ପ୍ରଶାନ୍ତ ନୀଳଗିରି,ରଞ୍ଜନ କୁମାର ସୂର୍ଯ୍ୟ, ପ୍ରଦୀପ କୁମାର ସାହୁ,ମୟୂର ଚନ୍ଦ୍ରିକା ଚୌଧୁରୀ, ପଞ୍ଚାନନ ଚୌଧୁରୀ ତଥା ସଂଘର କର୍ମକର୍ତ୍ତା ପ୍ରମୂଖ ରକ୍ତଦାନ କରିଛନ୍ତି। ସଂଘ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିବାପାଇଁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସଂଘର ସଭାପତି ନରେନ୍ଦ୍ର କୁମାର ସାହୁ,ଉପ ସଭାପତି ରାଜେନ୍ଦ୍ର ସାହୁକାର , ସଂପାଦକ କୃଷ୍ଣଚନ୍ଦ୍ର ସେନାପତି, ଯୁଗ୍ମ ସଂପାଦକ ବିଶ୍ୱନାଥ ସାହୁ,କୋଷାଧକ୍ଷ ଦିଲୀପ କୁମାର ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ।ଅନୀଲ କୁମାର ସାହୁକାର, ବିଜୟ କୁମାର ସୁନାମୁଦି, କୃଷ୍ଣଚନ୍ଦ୍ର ଚୌଧୁରୀ ଜଗନ୍ନାଥ ଚୌଧୁର,ପ୍ରତାପ ବେହେରା,ଶଶିଭୂଷଣ ରତ୍ନାଲୁ ଓ କୁଞ ବିହାରୀ କଂସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ସାମ୍ବାଦିକ ଦେବୀ ପ୍ରସାଦ ମିଶ୍ର ଓ ବିଭୂଦତ ଶତପଥି ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.