ଡବଲ୍ ଇଞ୍ଜିନ୍ ସରକାର ବିରୋଧରେ କଂଗ୍ରେସର ହୁଙ୍କାର

14

କେନ୍ଦ୍ରାପଡ଼ା: ୦୮/୧୦ (ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟରେ ଆଜି କଂଗ୍ରେସ ପକ୍ଷରୁ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ଡେରାବିଶ ବ୍ଲକ୍ କଂଗ୍ରେସ କମିଟି ପାଟକୁରା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ କର୍ମୀ ଓ ନେତା । ଗଣତନ୍ତ୍ରର ସୁରକ୍ଷା, ଜନସାଧାରଣଙ୍କ ଅଧିକାର ଓ ସ୍ୱାର୍ଥ ରକ୍ଷା ପାଇଁ ଏହି ବନ୍ଦ ପାଳନ କରାଯାଉଥିବା ନେତାମାନେ ପ୍ରକାଶ କରିଛନ୍ତି ।କଂଗ୍ରେସ ପକ୍ଷରୁ ଆଜି ଚାନ୍ଦୋଳ ଠାରେ ତୀବ୍ର ଆନ୍ଦୋଳନ ହୋଇଛି । ବିଜେପିର “ଡବଲ୍ ଇଞ୍ଜିନ୍” ସରକାର ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତା । MMDR ଆକ୍ଟ ସଂଶୋଧନ, ଭୋଟର ତାଲିକାରେ ହେରଫେର, ବାଧ୍ୟତାମୂଳକ ଶିକ୍ଷା ପାଠ୍ୟକ୍ରମରେ ତ୍ରୁଟି ଏବଂ ବନ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନ ଯୋଗୁଁ ବିଭିନ୍ନ ସ୍ଥାନରେ ଯାତାୟାତ ଓ ଦୋକାନ ବଜାର ପ୍ରଭାବିତ ହୋଇଛି। କଂଗ୍ରେସ କର୍ମୀମାନେ ରାସ୍ତା ଉପରେ ବସି ନାରାବାଜି କରିବା ସହ ସରକାରଙ୍କ ବିରୋଧରେ ନିଜର ଆକ୍ରୋଶ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.