ଦଶପୁର ବଜାର ପଡ଼ିଆର ଜଣେ ଝୁଲନ୍ତା ମୃତ୍ୟୁ ଦେହ ଜବତ : ହତ୍ୟା ସନ୍ଦେହ।

3

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ପୋଲିସ୍ ଫାଣ୍ଡି ଅଧୀନରେ ଥିବା ଦଶପୁର ବଜାର ପଡ଼ିଆରେ ଏକ ବର ଗଛ ମୂଳେ ଏକ ଝୁଲନ୍ତା ମୃତୁ ଦେହ ଉଦ୍ଧାର କରିଛି ଦସପୁର ଫାଣ୍ଡି ପୋଲିସ୍, ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ, ଝସ ସା,(୩୫) ପିତା କୃଷ୍ଣ ସା, ଗ୍ରାମ କୁର୍ଲୁ ଭଟା , ଖରୀଆର ର ବୋଲି ଜଣା ପଡିଛି। ଝଜ ସା ଦଶପୁର ଗ୍ରାମର ସ୍ବର୍ଗତ କନ୍ଦର୍ପ ସା, ଙ୍କ ଝିଅ କୁ ବିବାହ କରି ବିଚ୍ଛେଦହୋଇ ଥିଲେ , ଗତ କାଲି ନିଜ ଗାଁରୁ ଆସି ଦୁଇଟି ଝିଅକୁ ଦେଖିବା ପାଇଁ ଓ ଦଶପୁର ବଜାର ପଡ଼ିଆରେ ହେଉଥିବାଲକ୍ଷ୍ମୀ ପୂଜା ଅବସରରେ ସେ ନାଟ ଦେଖିବାକୁ ଆସି ଥିଲେ, ହେଲେ ଦୁର୍ଭାଗ୍ୟ ବଶତଃ ତାହାର ଝୁଲନ୍ତା ମୃତୁ ଦେହ ଗଛରେ ଥିବା ବେଳେ ସ୍ଥାନୀୟ ଲୋକମାନେ ଦଶପୁର ପଲିସି ଙ୍କୁ ଜଣାଇବାରୁ ଦଶପୁର ପୋଲିସ୍ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା, କନେଷ୍ଟବଳ କୁମୁଦ ଜାନୀ, ମହାଦେବ ସୁନାନୀ ପ୍ରମୁଖ ଆସି ମୃତୁ ଦେହ ଜବତ କରି ଥିଲେ, ଏହି ଅବସରରେ ଦଶପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ରଂଜନ ସାହୁ ଓ ବହୁ ସଂଖ୍ୟକ ଭାବେ ଗ୍ରାମ ବାସୀ ଉପସ୍ଥିତ ଥିଲେ, ଏହା ହତ୍ୟା ବୋଲି ସନ୍ଦେହ ପ୍ରକାଶ ପାଇଛି ଏ ପର୍ଯ୍ୟନ୍ତ ପୁଲିସ କେସ ରୁଜୁ କରି ନାହାନ୍ତି, ତୁରନ୍ତ ତଦନ୍ତ କରି ଆବଶ୍ୟକ ଦୃଢ଼ ଭାବରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଅଭିଯୋଗ।

Leave A Reply

Your email address will not be published.