ଗୁଣୁପୁର ସଦର ଗୁଣୁପୁର ଫୋରେଷ୍ଟ ବିଭାଗ ଏବଂ ତାଲୁକ ଲିଗାଲ ସହାୟତା କମିଟି ଦ୍ୱାରା ବନ୍ୟ ପ୍ରାଣୀ ସୁରକ୍ଷା ଏବଂ ବନ୍ୟ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ସଦର ଗୁଣୁପୁର ଫୋରେଷ୍ଟ ବିଭାଗ ଏବଂ ତାଲୁକ ଲିଗାଲ ସହାୟତା କମିଟି ଦ୍ୱାରା ବନ୍ୟ ଆଇନ ଏବଂ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଉପରେ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି

ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶେଖ ମହମ୍ମଦ କଇସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅତିଥି ଭାବେ ସବ ଜର୍ଜ ସନ୍ତୋଷ ମହାପାତ୍ର ଉପଖଣ୍ଡ ବିଚାରପତି ବିଜୟ ଲଷ୍ମୀ ମହାପାତ୍ର ପ୍ରଥମ ଶ୍ରେଣୀ ବିଚାରପତି ପୁଣ୍ୟଶ୍ଳୋକ ଦାସ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ରାୟଗଡା ଜିଲ୍ଲା ବନ୍ୟ ବିଭାଗ ର ଅଧିକାରୀ ଅଶୋକ ପ୍ରଧାନ ବରିଷ୍ଠ ଓକିଲ ଉମା ପଟନାୟକ କୃଷ୍ଣ ସେନାପତି ସଂଜିତ ପଟନାୟକ ବିଶ୍ଵନାଥ ସାହୁ ରମେଶ ଲିମା ଯୋଗ ଦେଇ ଥିଲେ

ଏହି ଅବସର ରେ ବନ୍ୟ ବିଭାଗ ର ନୂତନ ଆଇନ ଏବଂ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଉପରେ ଆଲୋଚନା କରାଯାଇ ଥିଲା

ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅତିଥି ଙ୍କୁ ଜିଲ୍ଲା ବନ୍ୟ ଅଧିକାରୀ ଅଶୋକ ପ୍ରଧାନ ସମ୍ବର୍ଦ୍ଧିତ କରି ଥିଲେ

ଏହି କାର୍ଯ୍ୟକ୍ରମ କୁ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପରିଚାଳନା କରିଥିବା ବେଳେ ଫୋରେଷ୍ଟ ରେଞ୍ଜର ଗଙ୍ଗାଧର ମିଶ୍ର ଧନ୍ୟବାଦ ଦେଇ ଥିଲେ

 

Leave A Reply

Your email address will not be published.