ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: –ସ୍ଥାନୀୟ ଅଞ୍ଚଳର ପ୍ରଶିଦ୍ଧ କଣ୍ଠଶିଳ୍ପୀ ତଥା ଭେଷଜ ଡାକ୍ତର ଚନ୍ଦନ ଗନ୍ତାୟତ ଦୁରଦର୍ଶନ କଣ୍ଠଶିଳ୍ପୀ ଭାବେ ଦିଲ୍ଲୀ ରୁ ସିକୃତି ଲାଭ କରିଛନ୍ତି। ଆକାଶବାଣୀ ଜୟପୁର କେନ୍ଦ୍ର ରୁ ଆୟୋଜିତ ଜାତୀୟ ସ୍ତରୀୟ ଅଡିସନ୍ ରେ ଭାଗନେଇ ସେ କୃତକାର୍ଯ୍ୟ ହୋଇଛନ୍ତି। ଭଜନ ଓ ସୁଗମ ସଙ୍ଗିତ ପାଇଁ ପ୍ରଶାର ଭାରତୀ ନୂଆଦିଲ୍ଲୀ ରୁ ସିକୃତି ପାଇ ଆକାଶବାଣୀ ଏବଂ ଦୁରଦର୍ଶନ ର ଜଣେ ଗ୍ରେଡ ବି କଣ୍ଠଶିଳ୍ପୀ ଭାବେ ସେ ମାନ୍ଯତା ପାଇଛନ୍ତି। ଏ ସମ୍ପର୍କରେ ତାଙ୍କୁ ପତ୍ରଯୋଗେ ସୂଚନା ଦିଆଯାଇଛି। ଏଥି ପୁର୍ବରୁ ଡଃ ଚନ୍ଦନ ଗତ ୨୦୧୮ ମସିହାରେ ଆକାଶବାଣୀ ରେ ଲଘୁ ସଙ୍ଗୀତ ଗାଇବାକୁ ପାଞ୍ଚବର୍ଷ ପାଇଁ ଅନୁବନ୍ଧିତ ହୋଇଥିଲେ। ଏହାପରେ ଏବେ ତାଙ୍କୁ ଏବେ ଏଇ ସଫଳତା ମିଳିଛି। ପୁର୍ବରୁ ଗୁଣପୁର ଅଞ୍ଚଳର କଣ୍ଠଶିଳ୍ପୀ ଭାବେ ସୂରମଣୀ ରଘୁନାଥ ପାଣିଗ୍ରାହୀ ଏହି ସଫଳତା ପାଇଥିଲେ। ଏହାପରେ ଦ୍ବିତିୟ କଣ୍ଠଶିଳ୍ପୀ ଭାବେ ଚନ୍ଦନ ଏହି ସଫଳତା ପାଇଥିବାରୁ ସ୍ଥାନୀୟ କଳାକାର ଜଗତ ରେ ଖୁସିର ଲହରି ଖେଳି ଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ତାଙ୍କ ନିରନ୍ତର ଉଦ୍ଯମ କୁ ଭୃୟଶୀ ପ୍ରସଂଶା କରାଯାଇଛି। ବୃତ୍ତି ରେ ଭେଶଜ ଡାକ୍ତର ଥିବା ଚନ୍ଦନ ପିଲାଟି ଦିନରୁ ସଙ୍ଗିତ ଗାନ କରିବା ଉପରେ ରୂଚି ରଖି ତାଙ୍କ ମା ଅଧ୍ଯାପିକା ସର୍ମିଳା ସାମନ୍ତରାୟ ଓ ଗୁରୁ ରଘୁନାଥ ପାତ୍ରଙ୍କ ଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ସେ ନମାମି ରାମମ୍ ଓ ଭାବସିନ୍ଧୁ ନାମରେ ଦୁଇଟି ଭଜନ କ୍ଯାସେଟ ବାହାର କରିଥିବା ବେଳେ ନିଜର ଗୋଟିଏ ୟୁଟ୍ଯୁବ୍ ଚ୍ଯାନାଲ କରି ବେସ୍ ପ୍ରସଂଶା ସାଉଁଟିଛନ୍ତି। ସ୍ଥାନୀୟ ଅଞ୍ଚଳରେ ହେଉଥିବା ରାଜ୍ଯ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ, ଚଇତି ହେଉକି ଗୋପାଳପୁର ବେଳାଭୂମି ମହୋତ୍ସବ, ଗ୍ଲୋଗୀ ଫେଷ୍ଟିଭାଲ, ପୁରୀ ବେଳାଭୂମି ମହୋତ୍ସବ ଭଳ ବହୁତ ବଡ ବଡ ଖୋଲାମଞ୍ଚରେ ସେ ସଙ୍ଗୀତ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି। ଚନ୍ଦନ ଏବେ ଦୁରଦର୍ଶନ ନୂଆଦିଲ୍ଲୀ ରୁ ସଫଳତା ପାଇବା ପରେ ଗୁଣପୁର ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ, ଉପ ସଭାପତି ଉମା ଦାସ, ସମ୍ପାଦକ ରଂଜିତ ପାଢି, ଚଇତି ପରିଚାଳନା କମିଟି ପକ୍ଷରୁ ଡଃ ଚନ୍ଦ୍ରଧ୍ଵଜ ପଣ୍ଡା, ଉମା ଚରଣ ପଟ୍ଟନାୟକ, ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ଗୁଣପୁର କଳା ପରିଷଦ ର ସଭାପତି କୈଳାସ ଦାସ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.