ଭୁବନେଶ୍ୱର, ଭାରତ, ଡ଼ିସେମ୍ବର ୧୨, ୨୦୨୪: ୱଣ୍ଡରଲା ହଲିଡେ଼ଜ ଲିମିଟେଡ଼, ଭାରତର ବୃହତ୍ ଆମୁ୍ୟଜମେଟଂ ପାର୍କ ଗୋଷ୍ଠୀ ଏହାର ଭୁବନେଶ୍ୱର ପାର୍କରେ ଉତ୍ସବ ଋତୁର ପାଳନ ସହିତ ଆକର୍ଷଣୀୟ ଖ୍ରୀଷ୍ଟମାସ ରିହାତି ଏବଂ ଉନ୍ମାଦଭରା ଅବସର ପ୍ରାସଙ୍ଗିକ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦର୍ଶକମାନେ ସ୍ୱତନ୍ତ୍ର ଧରଣର ଖ୍ରୀଷ୍ଟମାସ ଟିକେଟ ୬୭୯ ଟଙ୍କାରେ ଉପଭୋଗ କରିବା ସହିତ ଖ୍ରୀଷ୍ଟମାସ କମ୍ବୋ ଅଫର କେବଳ ୮୭୦ ଟଙ୍କାରେ ପାଇପାରିବେ ଯାହା ମଧ୍ୟରେ ରହିଛି ପାର୍କ ପ୍ରବେଶ, ଖାଦ୍ୟ ତଥା ଲକରର ସୁବିଧା । ଏହି ସୀମିତ ଅବଧିର ସମୟସୀମା ଜାନୁୟାରୀ ୦୫, ୨୦୨୫ ପର୍ଯ୍ୟନ୍ତ ବୈଧ ରହିବା ସହିତ, ଏହା କେବଳ ଅନଲାଇନ ବୁକିଙ୍ଗରେ ହୋଇପାରିବ ଯାହାକି ସମଗ୍ର ପାର୍କକୁ ଏହି ଋତୁର ଏକ ନିଶ୍ଚିତ ପରିଦର୍ଶନ ସ୍ଥଳ କରିପାରିଛି ।
ୱଣ୍ଡରଲା ଭୁବନେଶ୍ୱର, କ୍ରମାନ୍ୱୟରେ ଅନେକଗୁଡ଼ିଏ ବିଶେଷ କାର୍ଯ୍ୟକ୍ରମର ତଥା ଏହାକୁ କାର୍ଯ୍ୟକାରୀ କରିବାର ଯୋଜନା ରଖିଛନ୍ତି ଯାହା ମଧ୍ୟରେ ରହିଛି ସଙ୍ଗୀତର ସିଧାପ୍ରସାରଣ, ପ୍ୟାରେଡ଼, ନୃତ୍ୟ ଅଭିନୟ, ଡ଼ିଜେ ପ୍ରଦର୍ଶନ ତଥା ଆହୁରି ଅନେକ କିଛି । ଏହି ଋତୁର ସବୁଠାରୁ ଆକର୍ଷଣୀୟ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ୱଣ୍ଡର କୋନ, ଏକ ଖ୍ରୀଷ୍ଟମାସ କସପ୍ଲେ ପ୍ରତିଯୋଗୀତା ଅଟେ, ଯାହାକି ଓଡ଼ିଶାର ସର୍ବପ୍ରଥମ ପପ୍-ସଂସ୍କୃତି କାର୍ଯ୍ୟକ୍ରମର ଏକ ବାହ୍ୟଦୃଶ୍ୟପଟ୍ଟ ଯେଉଁଥିପାଇଁ ୨୫୦୦୦ ଟଙ୍କାର ଏକ ପୁରସ୍କାର ରାଶି ରଖାଯାଇଛି, ଯାହା ୨୧ ଡ଼ିସେମ୍ବରରୁ ହେବାକୁ ଯାଉଛି । ରୋମାଞ୍ଚକର ସିଧା ଡ଼ିଜେ ବ୍ୟବସ୍ଥା ସହିତ କୌତୁହଳିଆ ପ୍ୟାରେଡ଼ ପର୍ଯ୍ୟନ୍ତ, ପାର୍କର ପରିସର ସବୁ ବର୍ଗ ବୟସର ଲୋକମାନଙ୍କୁ ନେଇ ଆମୋଦପ୍ରମୋଦର ପୂର୍ଣ୍ଣତା ସହିତ ଉତ୍ସବମୁଖର ପରିବେଶର ଦୃଢ଼ତା ଦର୍ଶକମାନଙ୍କ ପାଇଁ ରଖିଛି । ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ନେଇ ପୂରା ଏକମାସର ସମୟ ଅବଧି ପର୍ଯ୍ୟନ୍ତ ଏହା ଦର୍ଶକମାନଙ୍କ ପାଇଁ ଆମୋଦପ୍ରମୋଦକୁ ସୁନିଶ୍ଚିତ କରିବାରେ ଏଥିରେ ସମସ୍ତ ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟ ସୂଚୀରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ସାମିଲ କରାଯାଇଥିବା ବେଳେ ଏହା ଡ଼ିସେମ୍ବର ୨୫ରୁ ଜାନୁୟାରୀ ୦୫ ପର୍ଯ୍ୟନ୍ତ ଜାରି ରହିବ ଯେଉଁଥିରେ ବିଶେଷ ଭାବରେ ନୂଆ ବର୍ଷ ଅବ୍ୟବହିତ ପୂର୍ବ ରାତ୍ରି ବା ଜିରୋନାଇଟ୍ କାର୍ଯ୍ୟକ୍ରମକୁ ମଧ୍ୟ ସାମିଲ କରାଯାଇଛି ।
ଅରୁଣ କେ. ଚିତ୍ତିଲାପିଲ୍ଲି, ପରି•ଳନା ନିଦେ୍ର୍ଧଶକ, ୱଣ୍ଡରଲା ହଲିଡେ଼ଜ ଲିମିଟେଡ଼, ଅତ୍ୟନ୍ତ ଉତ୍ସୁକତାର ସହିତ ନିଜର ମନର ଭାବନାକୁ ପରିପ୍ରକାଶ କରି କହିଛନ୍ତି, “ ଉତ୍ସବ ଋତୁର ଏହି ଅବସରରେ ଆମେ ଆମର ବନ୍ଧୁମାନଙ୍କୁ ୱଣ୍ଡରଲା ଭୁବନେଶ୍ୱର ଠାରେ ଏହି ଆକର୍ଷଣୀୟ ବିଶେଷ ଅଫର ପ୍ରଦାନ କରିବା ପାଇଁ ଆବେଗର ସହିତ •ହିଁ ରହିଛୁ । ପରିବାର ତଥା ବନ୍ଧୁମାନଙ୍କ ପାଇଁ ଆମ ପାର୍କରେ ରହିଥିବା ଜାଦୁକରୀ ତଥା ଅପୂର୍ବ ଉତ୍ସାହକୁ ଅନୁଭବ କରିବା ପାଇଁ ଏହା ଏକ ଅପ୍ରତିଦ୍ୱନ୍ଦି ମୂଳ୍ୟର ଉତ୍କୃଷ୍ଟ ସୁଯୋଗ । ଏଥିରେ ଉତ୍ସାହପଦ ଗାଡ଼ି •ଳନା ହେଉ କିମ୍ବା ଆରାମଦାୟକ ଦିନଚର୍ଯ୍ୟା ଅତି ସୁନ୍ଦରଭାବରେ ଉପଭୋଗ କରିବା ପାଇଁ ହେଉ ସବୁ ଦିଗ ପାଇଁ ୱଣ୍ଡରଲା ଭୁବନେଶ୍ୱର ଖୁସି, ଆନନ୍ଦ ତଥା ଅବିସ୍ମରଣୀୟ ସ୍ମୃତି ସମସ୍ତଙ୍କ ନିମନ୍ତେ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ପରିଦର୍ଶକମାନଙ୍କୁ ସ୍ୱାଗତ କରିବା ଏବଂ ଏହି ଛୁଟି ଦିନରେ ସେମାନଙ୍କ ପାଇଁ ଏକ ଅସାଧାରଣ ସମୟକୁ ସୁନିଶ୍ଚିତ କରିବା ପାଇଁ ଆମେ ଅପେକ୍ଷା କରି ରହିଛୁ ।”
ୱଣ୍ଡରଲା ଏହାର ଦର୍ଶକମାନଙ୍କ ନିମନ୍ତେ ସେମାନଙ୍କ ପ୍ରବେଶ ଟିକେଟ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଭକ୍ଟକ୍ଟଳସଦ୍ଭଶଗ୍ଦ.ଙ୍ଗକ୍ଟଦ୍ଭୟରrକ୍ଷବ.ମକ୍ଟଜ୍ଞ. ଏହା ମାଧ୍ୟମରେ କିମ୍ବା ଅଗ୍ରୀମ ଭାବରେ ଅନଲାଇନ ପୋର୍ଟାଲ କିମ୍ବା ଭୁବନେଶ୍ୱର ପାର୍କ ୦୬୭୪-୬୬୪୦୩୦୦ ରେ ଯୋଗାଯୋଗ କରିପାରିବେ ।
Sign in
Sign in
Recover your password.
A password will be e-mailed to you.
Next Post