ଗୁଣପୁରର ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ ଓ ଟେଲି ଯୋଗାଯୋଗ ପାଇଁ ବିଧାନସଭାରେ ସ୍ବର ଉଠାଇଲେ ବିଧାୟକ

2

ସରକାରଙ୍କ ଉତ୍ତର ରଖିଲେ ମନ୍ତ୍ରୀ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତ ପାଇଁ ବିଭିନ୍ନ ବିଭାଗ ର କଣ ସବୁ ବିକାଶ ମୂଳକ କାର୍ଯ୍ୟ ହୋଇଛି ଓ ଆଗକୁ କଣ ସବୁ ହେବ ଏହାକୁ ନେଇ ଗୁଣପୁର ଯୁବ ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କ ବିଧାନ ସଭା ରେ ରାଜ୍ୟସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ପ୍ରଶ୍ନ କରି ଥିବା ବେଳେ ତାର ଉତ୍ତର ମଧ୍ୟ ବିଭିନ୍ନ ବିଭାଗ ର ମନ୍ତ୍ରୀ ମାନେ ସରଳ ଭାବରେ ପ୍ରଦାନ କରିଛନ୍ତି । ଗୁଣପୁର ବିଧାୟକ ଶ୍ରୀ ଗମାଙ୍ଗ ଗୁଣପୁର ଉପଖଣ୍ଡ ଡାକ୍ତରଖାନା ଓ ବିଭିନ୍ନ ବ୍ଲକ ରେ ଥିବା ଡ଼ାକ୍ତର ଖାନା ରେ ଖାଲି ପଡ଼ିଥିବା ବିଶେଷଜ୍ଞ ନିଯୁକ୍ତି ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଅଣତାରକା ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଗୁଣପୁର ଡାକ୍ତରଖାନା ସମେତ ରାୟଗଡା ଜିଲ୍ଲାର ଚନ୍ଦ୍ରପୁର, ଗୁଡ଼ାରୀ, ପଦ୍ମପୁର, ରାମନାଗୁଡା, ଜଗନ୍ନାଥପୁର ଏବଂ ପୁଟାସିଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଖାଲିଥିବା ବିଶେଷଜ୍ଞ ଡାକ୍ତର ପଦବୀ ଗୁଡିକୁ ଓଡିଶା ଲୋକସେବା ଆୟୋଗ ଦ୍ବାରା ଚୟନ, ବିଭାଗୀୟ ପଦୋନ୍ନତି ତଥା ଚୁକ୍ତିଭିଭିକ ନିଯୁକ୍ତି ଦ୍ବାରା ଯଥା ସମ୍ଭବ ପୂରଣ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି । ସେହିପରି ଗୁଣପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ ଗୁଣପୁର ନିର୍ବାଚନ ମଣ୍ଡଳୀର ସବୁ ପଞ୍ଚାୟତରେ ମୋବାଇଲ ସେବା ମୋବାଇଲ ନେଟୱର୍କ ନଥିବା ବେଳେ ଇଣ୍ଟରନେଟ ସେବାରୁ ମଧ୍ୟ ଲୋକେ ବଞ୍ଚିତ ହେଉଛନ୍ତି । ସରକାର ସବୁ କାର୍ଯ୍ୟକ୍ରମ ଅନ ଲାଇନ ରେ କରୁଥିବାରୁ ଲୋକେ ହଇରାଣ ହେଉଛନ୍ତି ଏଥି ପ୍ରତି ସରକାର କଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ସବୁ ପଞ୍ଚାଯତ ରେ ମୋବାଇଲ ଇଣ୍ଟର ନେଟ ସେବେ କେବେ ମିଳିବ ବୋଲି ବିଧାନସଭା ରେ ପ୍ରଶ୍ନ କରିଥିଲେ ଏହାର ଉତ୍ତର ରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ କହିଛନ୍ତି ଗୁଣୁପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୮୨ ଟି ଗ୍ରାମକୁ ବର୍ଭମାନ ସୁଧା ମୋବାଇଲ ସେବା ପହଞ୍ଚିପାରି ନାହିଁ । ସେହି ସବୁ ଗ୍ରାମ ଗୁଡିକୁ ମୋବାଇଲ ସେବା ଯୋଗାଇଦେବା ଡିଜିଟାଲ ଭାରତ ନିଧି ଓ ଅନ୍ୟାନ୍ୟ (erstwhile USOF) ଅଧୀନରେ ୧୦୧ t ଟି ମୋବାଇଲ ଟାୱାର କରାଯିବା ପାଇଁ ପ୍ରସ୍ତାବ ଅଛି । ସେଥ୍‌ମଧ୍ୟରୁ BSNL ଦ୍ବାରା 4G Saturation ଅଧୀନରେ 38 ଟି ଓ RJIO ଦ୍ବାରା Aspirational ପ୍ରକଳ୍ପ ଅଧୀନରେ ୬୩ ଟି ମୋବାଇଲ ଟାୱାର ପ୍ରତିଷ୍ଠା କରିବା ପାଇଁ ଯୋଜନା କରାଯାଇଛି ବୋଲି ଉତ୍ତର ଦେଇଥିବା ଜଣାପଡିଛି । ସେହି ପରି ଶ୍ରୀ ଗମାଙ୍ଗ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଙ୍କୁ କରିଥିବା ପ୍ରଶ୍ନ ଚଳିତ ବର୍ଷ ରାୟଗଡା ଜିଲ୍ଲାରୁ କେତେ ମାଟ୍ରିକ ଟନ୍ ଧାନ କିଣିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ତାର ବ୍ଲକୱାରୀ ତଥ୍ୟ ପ୍ରଦାନ କରିବେ କି, ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରେ କେତେ ଜଣ ଚାଷୀ ପଞ୍ଜିକୃତ ହେଲେଣି ଏବଂ କେତେ ଚାଷୀ ପଞ୍ଜିକୃତରୁ ବାଦ ପଡିଛନ୍ତି, ରାୟଗଡା ଜିଲ୍ଲାରେ ଗତବର୍ଷ କେତେ ଚାଷୀ ଧାନ ବିକ୍ରୟ କରି ବର୍ତ୍ତମାନ ସୁଦ୍ଧା ଅର୍ଥ ପାଇ ନାହାନ୍ତି, ତାର ସଂଖ୍ୟା ଓ ରାଶି କେତେ, ସେମାନଙ୍କ ବିକ୍ରୟ ବାବଦରେ ବକେୟା ଅର୍ଥ ପ୍ରଦାନ ପାଇଁ ବିଚାର କରିବେ କି? ର ଉତ୍ତର ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରେ ଚଳିତ ଧାନ ସଂଗ୍ରହ ବର୍ଷ 2024-25ର ଖରିଫ ଋତୁର ଧାନ କ୍ରୟ ନିମନ୍ତେ ରାୟଗଡା ଜିଲ୍ଲା ପାଇଁ ପ୍ରଥମ | ପର୍ଯ୍ୟାୟରେ 63,228 ମେଟ୍ରିକ ଟନ ଚାଉଳ (ଆନୁମାନିକ 94,370 ମେଟ୍ରିକ ଟନ ଧାନ)ର ଧାର୍ଯ୍ୟ ଲକ୍ଷ୍ୟ ପ୍ରଦାନ କରାଯାଇଛି । ବ୍ଲକୱାରୀ କେତେ ଧାନ କିଣା ହେବ ତାହାର ଲକ୍ଷ୍ୟ ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ହୋଇନାହିଁ । ଖରିପ ଧାନ ବିକ୍ରି କରିବା ପାଇଁ ଜିଲ୍ଲାରେ 21,504 ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ବୋଲି କହିଥିବା ବେଳେ ରାୟଗଡ଼ା ଜିଲ୍ଲାରେ ବିଗତ ଧାନ ସଂଗ୍ରହ ବର୍ଷ 2023-24ରେ 16,610 ଜଣ ପଞ୍ଜିକୃତ ଯୋଗ୍ୟ ବିବେଚିତ ଚାଷୀ ଧାନ ବିକ୍ରି କରିଥିଲେ ଏବଂ ତନ୍ମଧ୍ୟରୁ ୩ ଜଣ ଚାଷୀ ପଞ୍ଜିକରଣ ସମୟରେ ଭୁଲ ସୂଚନା/ ତଥ୍ୟ ଦେଇଥିବାରୁ ସେମାନଙ୍କ ବିକ୍ରି ବାବଦ ପ୍ରାପ୍ୟ ପ୍ରଦାନ କରାଯାଇପାରିନାହିଁ । ଏହି ପ୍ରାପ୍ୟ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ପୃକ୍ତ ଚାଷୀମାନଙ୍କ ସହ ଯୋଗାଯୋଗ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯାଉଅଛି ବୋଲି କହିଥିବା ଜଣାପଡିଛି ଏହି ଅଞ୍ଚଳ ରେ ପର୍ଯ୍ୟଟନ ର ବିକାଶ ପାଇଁ ସରକାର ଙ୍କୁ ବିଧାୟକ ଦୃଷ୍ଟି ଆକର୍ଷଣ କରି ପ୍ରଶ୍ନ କରିଥିଲେ ।ଏହାର ଉତ୍ତର ରେ ଉତ୍ତର
ପର୍ଯ୍ୟଟନ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚନ୍ଦ୍ରପୁର ବ୍ଲକ ର ପ୍ରାଚୀନ ଶୈବ କ୍ଷେତ୍ର ମିନାଝୁଲା ଏକ ମାନ୍ୟତାପ୍ରାପ୍ତ ପର୍ଯ୍ୟଟନ ସ୍ଥଳୀ ଅଟେ | ଏହାର ପର୍ଯ୍ୟଟନ ଭିଭିଭୂମି ବିକାଶ ନିମ ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷରେ ୫୦.୦୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଭୋଗ ରାଗ ମଣ୍ଡପ, ଜନ ସୁବିଧା କେନ୍ଦ୍ର, ନଳକୂପ ଓ ବୈଦ୍ୟୁତିକ କାର୍ଯ୍ୟ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ବାରା ସମ୍ପାଦନ ହୋଇ ପ୍ରକଳ୍ପଟିକୁ ସମ୍ପୂର୍ଣ କରାଯାଇଅଛି ତେବେ ପଦ୍ମପୁରର ମଲିକେଶ୍ବର ଗୁଣୁପୁର ଶେଫାଳି ପାହାଡ଼ ରାମେଶ୍ବର, ଅଦ୍ଵୈତ ବେଦାନ୍ତ ଆଶ୍ରମ, ପେଙ୍ଗୁଡ଼ା ଭୈରବୀ ଠାରୁ ଆରମ୍ଭ କରି ସୀମାନ୍ତ ଲିହୁରୀର ଗୁପ୍ତ ବୃନ୍ଦାବନରେ ଗୋପୀନାଥ, ବଡାନାଲ ଡ୍ୟାମ,ଗୁଣପୁର ବ୍ଲକ ର ଭୀମପୁର ର ମାଛଡିଆଁ, ଗଦଗଦା, କଡାସି ଝୁଲାପୋଲ, ଲିମାମେଡାର ସାନନଦୀ କୂଳ ଓ ପୁଟାସିଂ ଲାଞ୍ଜିଆ ସୌର ଅଞ୍ଚଳ, ଲିହୁରୀର ଗୋପୀନାଥ ତୀର୍ଥକ୍ଷେତ୍ର ଆଦି ସ୍ଥାନମାନଙ୍କ ଠାରେ ପର୍ଯ୍ୟଟନ ହବ ସୃଷ୍ଟି କରିବା ସହ ଲିହୁରୀର ବିକାଶ କରିବା ପାଇଁ ବର୍ତ୍ତମାନ ନିମନ୍ତେ ପର୍ଯ୍ୟଟନ ବିଭାଗ ନିକଟରେ କୌଣସି ବିଧବଦ୍ଧ ପ୍ରସ୍ତାବ ନାହିଁ, ପ୍ରସ୍ତାବ ହସ୍ତଗତ ହେଲେ, ସରକାର ପ୍ରକଳ୍ପଗୁଡିକର ଆବଶ୍ୟକତା ତ‌ଥା କାର୍ଯ୍ୟକାରିତା, ସେଥୁନିମନ୍ତେ ଉପଯୁକ୍ତ ସ୍ଥାନ ଏବଂ ଆର୍ଥିକ ସମ୍ବଳ କୁ ଦୃଷ୍ଟିରେ ରଖ୍ ବିଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

 

Leave A Reply

Your email address will not be published.