ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁୁୁମ୍ମା ବ୍ଲକ୍ ନାମନଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷାବର୍ଷ ( ୨୦୨୪-୨୫) ରେ ଦୁଇ ଦିନିିିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଡମ୍ବର ର ସହ ପାଳନ ହୋଇଯାଇଛି।
ପ୍ରଥମ ଦିନରେ ବିଦ୍ୟାଳୟ ଶିକ୍ଷା କମିଟି ମହୋଦୟା ଶ୍ରୀମତୀ ବିରାଜିନୀ ପାଇକ , ଡ଼କ୍ଟର ସୋନାଲି ସାହୁ ଓ ପ୍ରଧାନ ଶିକ୍ଷକ ଶ୍ରୀ ହରିହର ଦାଶଙ୍କ ନେତୃତ୍ବରେ ଶୁଭ ଉଦଘାଟନ କରାଯାଇଥିଲା। କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ଭକ୍ତିଲତା ରାଉତ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଙ୍କ ସହଯୋଗରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପକନିଷ୍ଠ , କନିଷ୍ଠ ଓ ବରିଷ୍ଠ ବିଭାଗରେ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ଶ୍ରୀ ଅମରଜ୍ୟୋତି ଲିମ୍ମା (ବରିଷ୍ଠ ) ଓ ଶ୍ରୀ ବବଲୁ ପାଇକ (କନିଷ୍ଠ )ଙ୍କୁ ଚାମ୍ପିୟନ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ବାର୍ଷିକ କ୍ରୀଡ଼ାପ୍ରତିଯୋଗିତା ଉଦଯାପନା ଉତ୍ସବରେ ପ୍ରଧାନ ଶିକ୍ଷକ ଶ୍ରୀ ହରିହର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଓ ସମସ୍ତଙ୍କୁ ଭୂୟଂସୀ ପ୍ରଶଂସା ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.