ବିଜେପୁର /ସୁଶାନ୍ତ ସାହୁ : ବରଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ଓ ମାନ୍ୟବର ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡ଼ତୀୟା ଏବଂ ମାନ୍ୟବର ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ସହ ସାକ୍ଷାତ କରିଛନ୍ତି। ବିଶେଷ କରି ଖୋଲା ଆକାଶ ତଳେ ଅନୁଷ୍ଠିତ ଧନୁଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ମହତ୍ୱପୂର୍ଣ୍ଣ ଚର୍ଚ୍ଚାରେ ଆଗାମୀ ବରଗଡ଼ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ଏବଂ ଦୁନିଆର ସବୁଠୁ ବଡ଼ ଖୋଲା ଆକାଶ ମଞ୍ଚ ଧନୁଯାତ୍ରା ପାଇଁ ନୂଆ ଯୋଜନା ଏବଂ ଆଗାମୀ ପ୍ରସ୍ତୁତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡିଛି।ରାଜ୍ୟ ସରକାରଙ୍କ ସହମତିରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବରଗଡ଼ ଧନୁଯାତ୍ରାକୁ ୨ କୋଟିରୁ ଉର୍ଦ୍ଧ ରାଶି ମିଳିବାର ସଙ୍କେତ ମିଳିଛି।
Sign in
Sign in
Recover your password.
A password will be e-mailed to you.