ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଏବଂ ଥାନା ପରିସରରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ବିଭିନ୍ନ ବିଦ୍ୟାଳୟ ଏବଂ ଅନ୍ୱେଷା ଛାତ୍ରାବାସର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୋଲିସ ଓ ଶିଶୁମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ , ପୋଲିସ ପ୍ରତି ବିଶ୍ୱାସ ସୃଷ୍ଟି ଏବଂ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା।
ସଭା କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ , ବାଲ୍ୟ ବିବାହ ନିଷେଧ ଓ ଉଚ୍ଛେଦ , ପୋକ୍ସୋ ଆଇନ , ଶିଶୁ ନିର୍ଯାତନା ଓ ଶୋଷଣ ରୋକିବା , ସାଇବର ସୁରକ୍ଷା ଏବଂ ଅନ୍ୟାନ୍ୟ ସାମାଜିକ ଓ ଆଇନଗତ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା। କୌଣସି ପ୍ରକାର ନିର୍ଯାତନା , ଅସଦାଚରଣ କିମ୍ବା ଶୋଷଣର ଶିକାର ହେଲେ ବିନା ଭୟରେ ପୋଲିସକୁ ଜଣାଇବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଶ୍ରୀ ନିରଞ୍ଜନ ବେହେରା , ଡିଏସ୍ପି , ଏଚ୍ଆର୍ପିସି, ଗଜପତି , ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ଶ୍ରୀମତୀ ସୁନିତା ରଥ , ପ୍ରଶାସିକା , ୱାନ୍ ଷ୍ଟପ୍ ସେଣ୍ଟର , ପାରଳାଖେମୁଣ୍ଡି , ଶ୍ରୀମତୀ ମିନତୀ ପଣ୍ଡା , ଅଧ୍ୟକ୍ଷା , ଅନ୍ୱେଷା ଛାତ୍ରାବାସ , ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଏବଂ ଏସ୍ଆଇ ସ୍ୱପ୍ନା ବେହେରା , ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ ଥିବା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଥାନାର ଅନ୍ୟାନ୍ୟ ପୋଲିସ କର୍ମଚାରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ନିମନ୍ତ୍ରିତ ଅତିଥିମାନେ ଯୋଗ ଦେଇଥିଲେ।
ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ଗୁରୁତ୍ୱ , ଶିଶୁ ଅଧିକାର , ବାଲ୍ୟ ବିବାହ ରୋକିବା ଏବଂ ଶିଶୁ ମାନଙ୍କୁ ସମସ୍ତ ପ୍ରକାର ନିର୍ଯାତନା ଓ ଶୋଷଣରୁ ସୁରକ୍ଷିତ ରଖିବା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପୋଲିସ ଅଧିକାରୀ ମାନଙ୍କ ସହ ଖୋଲା-ଖୋଲି ଭାବେ ଆଲୋଚନା କରିବାର ସୁଯୋଗ ପାଇଥିଲେ। ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ , ଅତିଥି ଏବଂ ପୋଲିସ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଶିଶୁମାନଙ୍କ ସୁରକ୍ଷା , ଅଧିକାର ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗଜପତି ପୋଲିସ ସଦା ପ୍ରତିବଦ୍ଧ ।
Sign in
Sign in
Recover your password.
A password will be e-mailed to you.