ପାରାଦୀପ ରିଫାଇନରୀ ସମ୍ମାନଜନକ ‘କଳିଙ୍ଗ ନିରାପତ୍ତା ପୁରସ୍କାରରେ ସମ୍ମାନୀତ

0

 

ପାରାଦୀପ, ୨୪.୧୧.୨୦୧୭: ନିକଟରେ ଶେଷ ହୋଇଥିବା ‘ଓଡିଶା ରାଜ୍ୟ ନିରାପତ୍ତା ସମ୍ମିଳନୀ-୨୦୧୭’ ରେ ଇଣ୍ଡିଆନ ଅଏଲ ଦ୍ଵାରା ସର୍ବାଧୁନିକ ଜ୍ଞାନ କୌଶଳ ର ପ୍ରୟୋଗ ଏବଂ ଏହାର ଆଧୁନିକ ବିଶୋଧନାଗାର ରେ ସର୍ବୋତ୍ତମ ନିରାପତ୍ତା ବ୍ୟବସ୍ଥା ର ଉତ୍ତମ ପରିଚାଳନା ପାଇଁ ପାରାଦୀପ ରିଫାଇନରୀ କୁ ସମ୍ମାନଜନକ ‘କଳିଙ୍ଗ ନିରାପତ୍ତା ପୁରସ୍କାର’ରେ ସମ୍ମାନୀତ କରାଯାଇଛି। ନଭେମ୍ବର ୧୦ ତାରିଖ ଦିନ ଭୁବନେଶ୍ଵର ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଓଡିଶା ର ମାନ୍ୟବର ରାଜ୍ୟପାଳ ଶ୍ରୀ ଏସ॰ସି॰ ଜମିର ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଇଣ୍ଡିଆନ ଅଏଲ ପକ୍ଷ ରୁ ଶ୍ରୀ ଏଲ॰ଏନ॰ ଫୁକନ, ସିଜିଏମ(ଏଚ ଏସ ଇ) ଏହି ପୁରସ୍କାର ଗ୍ରହଣ କରିଛନ୍ତି।  ପାରାଦୀପ ରିଫାଇନରୀ ର କାର୍ୟ୍ୟକାରୀ ନିର୍ଦେଶକ ଶ୍ରୀ ଜି॰ଏସ॰ସିଂହଏଥିରେ ଆନନ୍ଦ ପ୍ରକାଶ କରି ଏହି ସଫଳତା ପାଇଁ ରିଫାଇନରୀ ର ସମସ୍ତ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.