ନବକୃଷ୍ଣ ଚୈାଧୁରୀ ଲାଗୁ କରିଥିବା ଭାଷା ଆଇନକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରାଇବାରେ ବିଫଳ 

0

 

ଭାଷା ସୁରକ୍ଷା ସମ୍ମିଳନୀ ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୈାଧୁରୀଙ୍କ ଜନ୍ମ ଜୟନ୍ତୀ ପାଳିତ 

ବାରିପଦା/ଦିଲ୍ଲୀପ  ମହାନ୍ତି : ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନବକୃଷ୍ଣ ଚୈାଧୁରୀଙ୍କ ଜନ୍ମଜୟନ୍ତୀକୁ ଓଡ଼ିଆ ଭାଷା ଦିବସ ଭାବରେ ଭାଷା ସୁରକ୍ଷା ସମ୍ମିଳନୀ ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ସଭାପତି ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଯାଇଛି । କାର୍ଯ୍ୟକ୍ରମରେ  ସମ୍ମିଳନୀର ରାଜ୍ୟ ଉପଦେଷ୍ଟା ବରିଷ୍ଠ ଆଇନଜିବୀ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଶାଖା ଉପଦେଷ୍ଟା ବରିଷ୍ଠ ଶିକ୍ଷାବିତ୍ ନରେନ୍ଦ୍ର ମୋହନ ସେନାପତି, ଜ୍ଞାନ ରଞ୍ଜନ ତ୍ରିପାଠୀ, ଜିଲ୍ଲା ଶାଖା ସମ୍ପାଦକ ଡଃ. ଶଶିଧର ବିଶ୍ୱାଳ, ଅଜୟ କୁମାର ଘଡେଇ, ଉଗ୍ରେଶ୍ୱର ବେହେରା, ଦୀପକ କୁମାର ନାୟକ, ଦିଲ୍ଲିପ କୁମାର ପାତ୍ର, ଲିଙ୍ଗରାଜ ମିଶ୍ର ପ୍ରମୁଖ ଯୋଗଦେଇ ଓଡ଼ିଶା ପ୍ରଦେଶ ଗଠନ ଓ ଓଡ଼ିଆ ଭାଷା ଆନ୍ଦୋଳନ  କର୍ଣ୍ଣଧାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନବକୃଷ୍ଣ ଚୈାଧୁରୀଙ୍କ ତ୍ୟାଗପୂତ ଅବଦାନ ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିବା ସହିତ ୧୯୫୪ ରେ ସ୍ୱର୍ଗତଃ ନବକୃଷ୍ଣ ଚୈାଧୁରୀ ଲାଗୁ କରିଥିବା ଭାଷା ଆଇନକୁ ରାଜ୍ୟ ସରକାର ଅଦ୍ୟାବଧି ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ସାମର୍ଥ ହୋଇପାରି ନ ଥିବାରୁ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ରାଜ୍ୟରେ ତୁରନ୍ତ ଭାଷା ଆୟୋଗ ଗଠନ କରାନଗଲେ ଚାଲିଥିବା ଆନେ୍ଦାଳନକୁ ଅଧିକ ତୀବ୍ର କରାଯିବ ବୋଲି ଜିଲ୍ଲା ସଭାପତି ଶରତଚନ୍ଦ୍ର ନାୟକ ନିଜ ଅଭିଭାଷଣରେ କହିଥିଲେ । ଉକ୍ତ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଶରତ କୁମାର ଶେଜପଡା, କୁମାରେଶ ନାୟକ, ମିଥୁନ କୁମାର ବାରିକ, ଜନ୍ମେଜୟ ବେହେରା, ପଦ୍ମନାଭ ମହାପାତ୍ର ପ୍ରମୁଖ ବହୁ ସଦଶ୍ୟ ଯୋଗଦେଇଥିବା ବେଳେ ସମ୍ପାଦକ ଶଶିଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । 

Leave A Reply

Your email address will not be published.