୧୫ତମ ଜାତୀୟ ଆନ୍ତ-ଜିଲା ଜୁନିୟର ଆଥେଲେଟିକ୍ ମିଟ

0

ମୟୂରଭଞ୍ଜରୁ ୧୧ ଜଣିଆ ଟିମ ବିଶାଖାପାଟଣା ଗସ୍ତ

ବାରିପଦା- ଭାରତୀୟ ଆଥେଲେଟିକ୍ ଆସୋସିଏସନ ଦ୍ୱାରା  ବିଶାପାଟଣାଠାରେ ଆୟୋଜିତ ହେବାକୁ ଯାଉଥିବା  ୧୫ତମ ଜାତୀୟ ଆନ୍ତଃ-ଜିଲା ଜୁନିୟର ଆଥେଲେଟିକ୍ ମିଟରେ ଅଂଶ ଗ୍ରହଣ କରିବା ନିମନ୍ତେ ମୟୂରଭଞ୍ଜ ଜିଲାରୁ ୧୧ ଜଣିଆ ଟିମ ଶୁକ୍ରବାର ପୂର୍ବାହ୍ନରେ ବିଶାଖାପାଟଣା ଗସ୍ତ କରିଛନ୍ତି । ସାଥୀରେ ଟିମ୍ ମ୍ୟାନେଜର ଭାବେ ପ୍ରଦୀପ କୁମାର ଚୌଧୁରୀ ଓ କୋଚ୍ ଭାବେ ଅଞ୍ଜନା ମୁଖି ରହିଛନ୍ତି । ସେଠାରେ ଆୟୋଜିତ ହେବାକୁ ଥିବା ଆଥେଲେଟିକ୍ ମିଟ୍ର ଅଣ୍ଡର-୧୪ ବର୍ଗରେ ଲକ୍ଷନ ମୁର୍ମୁ(ଲମ୍ବ ଡ଼ିଆଁ),  ଗୁପତ ମାର୍ଣ୍ଡି ଓ ଇତିଶ୍ରୀ ମହାନ୍ତ(୬୦୦ ମିଟର), ଟିକିଲୀ କାର୍ଜି(୧୦୦ ମିଟର), ନେତ୍ରମଣି ସିଂ(ସଟ୍ପୁଟ୍), ସୋମବାରୀ ମାର୍ଣ୍ଡି(ଉଚ୍ଚ ଡ଼ିଆଁ)  ଏବଂ ଅଣ୍ଡର-୧୬ ବର୍ଗର ରାଉତ ସିଂ(୧୦୦ ମିଟର),  ରୋସନ ଖଲକୋ(୪୦୦ ମିଟର), ଜିତେନ୍ଦ୍ର ବାଦ୍ରା(୧୦୦୦ ମିଟର), ସାଗର ଖଣ୍ଡେଲୱାଲ(୪୦୦ ମିଟର),  ଓ ବୁଧିନୀ ମାଝି(ସଟ୍ପୁଟ୍) ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାରୁ ପ୍ରତିନିଧିତ୍ୱ କରିବେ । ଉକ୍ତ ଆନ୍ତଃ-ଜିଲା ଜୁନିୟର ଆଥେଲେଟିକ୍ ମିଟ ପ୍ରତିଯୋଗିତା ନଭେମ୍ବର ୨୬ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମୟୂରଭଞ୍ଜ କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ କିଶୋର କୁମାର ବିଶ୍ୱାଳ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.