ଅଷ୍ଟ୍ରେଲିଆକୁ ହରାଇ ଭାରତ ଦିନିକିଆ କ୍ରିକେଟ ରାଙ୍କିଗଂରେ ନମ୍ବର ୧ ନାଗପୁର ଦିନିକିଆ : ୭ ଓ୍ୱିକେଟରେ ହରାଇଲା ଟିମ ଇଣ୍ଡିଆ, ୪-୧ରେ ଭାରତ ବିଜୟୀ

0

 ନାଗପୁର: ନାଗପୁରଠାରେ ଚାଲିଥିବା ପଞ୍ଚମ ଦିନିକିଆରେ ୭ ଓ୍ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ  ୪-୧ରେ ଦିନିକିଆ ଶୃଙ୍ଖଳାକୁ କବଜା କରିଛି  ଟିମ ଇଣ୍ଡିଆ। ଦିନିକିଆ କ୍ରିକେଟ ରାଙ୍କିଗଂରେ  ଭାରତ ବିଶ୍ୱର  ନମ୍ବର ୧  ସ୍ଥାନ ଅଧିକାର କରିଛି।  ଶେଷ ଦିନିକିଆ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ ୨୪୨ ରନ କରିଥିଲା। ୪୨.୫ ଓଭରରେ ଭାରତୀୟ କ୍ରିକେଟ ଟିମ ୨୪୩ ରନ କରି ଏହି ମ୍ୟାଚରେ ବିଜୟ ଲାଭକରିଛି।  ଭାରତର  ଓପନର ରୋହିତ ଶର୍ମା  ଏହି ମ୍ୟାଚରେ ୧୨୫ ରନ କରିଥିବା ବେଳେ ଅଜିଙ୍କ୍ୟେ ରାହାଣେ ୬୧ ରନ କରିଛନ୍ତି । ବିରାଟ କୋହଲି ୩୯, କେଦାର ଜାଧବ ୫ ରନ ଓ ମନୀଷ ପାଣ୍ଡେ ୧୧ ରନ କରିଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ଓ୍ୱାର୍ନର ୫୩ ରନ, ଫିଞ୍ଚ ୩୨,  ଟି ଏମ ହେଡ ୪୨ ଓ ଏମପି ଷ୍ଟୋଇନିସ ୪୬ ରନ କରିପାରିଥିଲେ ।

ନାଗପୁର ଦିନିକିଆରେ ରୋହିତ ଶର୍ମାଙ୍କୁ ମ୍ୟାନ ଅଫ  ଦି ମ୍ୟାଚ ଘୋଷଣ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇଛି । ଦିନିକିଆରେ ରୋହିତ ଶର୍ମା ନିଜ କ୍ୟାରିଅର ୬ହଜାର ରନ ପୂରଣ କରିଥିବା ବେଳେ ଅଷ୍ଟମ ଭାରତୀୟ ବ୍ୟାଟସମ୍ୟାନ ଭାବେ ସେ ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ।

Leave A Reply

Your email address will not be published.