ଲୋକଙ୍କ ଅସୁବିଧା ରେ ନିରବଦ୍ରଷ୍ଟା ବିଡ଼ିଓ ତଥା ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି !!!!
ବରଗଡ଼ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପିଠ କୁ ମହାପ୍ରଭୁଙ୍କ ଦର୍ଶନ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ତଥା ଅସ୍ଥି ପ୍ରବାହ ପାଇଁ ବର୍ଷ ସାରା ରାଜ୍ୟ ତଥା ପଡୋଶୀ ରାଜ୍ୟ ମାନଙ୍କ ରୁ ତଥା ଦେଶ ବିଦେଶ ରୁ ହଜାର ହଜାର ଯାତ୍ରୀ ଓ ନୃସିଂହନାଥ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ତଥା ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପ୍ରତି ଦିନ ବହୁ ସଂଖ୍ୟା ରେ ପର୍ଯ୍ୟଟକ ଆସିଥାନ୍ତି । ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ ବିଗତ ବର୍ଷ ରେ ଏହି ପୀଠ ର ଉନ୍ନତି ଓ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇ ନିଶ୍ଚିତ ଭାବରେ ଅନେକ ସୁବିଧା କରାଯାଇଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ହେଲେ ଅତି ଦୁଃଖର ବିଷୟ ଯେ ଗତ ଏକ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ମୁଖ୍ୟ ରାସ୍ତା ରୁ ପାର୍କିଂ ଓ ମାଁ ବିନ୍ଧ୍ୟବାସିନୀ ଙ୍କର ପବିତ୍ର ମନ୍ଦିର କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଏମିତି କି ଏହି ରାସ୍ତାରେ ବାଇକ ରେ ଯିବା ଅତି କଷ୍ଟକର । ଏହି ରାସ୍ତା ରେ ପ୍ରତେକ ଦିନ ସହ ସହ ଗାଡି ଯିବା ଆସିବା କରୁଥିବାରୁ ପ୍ରତ୍ଯକ ଦିନ ଯାତ୍ରୀ ମାନଙ୍କୁ ନାହିଁ ନ ଥିବା କଷ୍ଟ ସହିବାକୁ ପଡୁଛି ।
ମୁଖ୍ୟ କଥା ହେଲା ଏହି ରାସ୍ତା ଟି ପଞ୍ଚାୟତ ଅଧିନ ରେ ରହିଛି । ଏବି ରାସ୍ତାର ମରାମତି ଓ ନିର୍ମାଣ ଦାୟୀତ୍ୱ ପଞ୍ଚାୟତ ବା ପଞ୍ଚାଯତ ସମିତି ର । ଏଠାରେ ସୂଚନାଯୋଗ୍ୟ ଯେ ପାଇକମାଲ ପଞ୍ଚାଯତ ସମିତିର ବିଡ଼ିଓ ନିଜେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ଅଟନ୍ତି । ବର୍ତମାନ ର ବିଡ଼ିଓ ଗତ ଏଜ ବର୍ଷ ରୁ ଉର୍ଦ୍ଧ ସମୟ ଧରି ମନ୍ଦିର ର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ଦାୟିତ୍ୱରେ ଅଛନ୍ତି । ବିଗତ ମଧ୍ୟରେ ସେ ୫୦ ରୁ ଉର୍ଦ୍ଧ ଥର ମନରେଗା ଗାଡିଚଢି ନୃସିଂହନାଥ କୁ ଆସି ସାରିଛନ୍ତି ଓ ରାସ୍ତାର ଅବସ୍ଥା ମଧ୍ୟ ଦେଖି ସାରିଛନ୍ତି , ହେଲେ ଆଜି ପର୍ଯ୍ଯନ୍ତ ରାସ୍ତାର ଅବସ୍ଥା ନ ସୁଧୁରିବା ବିଡ଼ିଓ ତଥା ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ଙ୍କର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଓ ପର୍ଯ୍ୟଟକ ମାନଙ୍କ ସୁବିଧା ପ୍ରତି ତାଙ୍କର ଆନ୍ତରିକତା କୁ ବୟାନ ଜରିବା ସହିତ ତାଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି କହିବାର ତାତ୍ପର୍ଜ୍ୟ ହେଲା ପାଇକମାଲ ବିଡ଼ିଓ ଶ୍ରୀ ଶ୍ରୀ ନୃସିଂହନାଥ ନନ୍ଦିର ର ଟ୍ରଷ୍ଟି ହୋଇଥିବା କାରଣ ରୁ ୫୦୦ମିଟର ର ଏହି ପଞ୍ଚାଯତ ରାସ୍ତା ର ନିର୍ମାଣ କରିବା ତାଙ୍କ ପାଇଁ ବଡ଼ କଥା ନୁହେଁ। ହେଲେ ଏଥିପାଇଁ ସାମାନ୍ୟ ଇଛାଶକ୍ତି ର ଆବଶ୍ୟକ । ଏହି ରାସ୍ତାର ମରାମତି ଜରୁରୀ କାଳୀନ ସ୍ତରରେ ହେବା ଆବଶ୍ୟକ । ଏଣୁ ଜିଲ୍ଲାପାଳ ଏଜି ବିଷୟ ଉପରେ ନିଜେ ଧ୍ୟାନ ଦେଇ ଏହି ରାସ୍ତାର ମରାମତି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସର୍ବସାଧାରଣ ରେ ଦାବି ହେଉଛି ।