ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ

10

ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ। ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ଅନ୍ତର୍ଗତ ସାତ ପେଣ୍ଠ ଗୋପାଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମେହେଙ୍କାଳ ନାୟକ ନାମକ ଜଣେ ଯୁବ ଚାଷୀ ଗୁରୁତର ଆହତ ହୋଇ ନିକଟସ୍ଥ ଆଡପଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତ ସୋମବାର ରାତିରେ ଚାଷୀ ଜଣକ ନିଜ ଜମିରେ ପାଣି ମଡାଇବାକୁ ଯାଇ ଏହି ଭଳି ପରିସ୍ଥିତିର ଶୀକାର ହୋଇଥିଲେ। ଖବର ପାଇ ବନବିଭାଗ ବନପାଳ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୋଲିସ ମୃତ ଚାଷୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.