ଭଞ୍ଜନଗର ଠାରେ ୮୯ ତମ ଭଞ୍ଜସଂଗିତ ଆସର ସହିତ ବିଶ୍ଵ ମାନବିକତା ଦିବସ ର ଆଲୋଚନା ଚକ୍ର ଅନୁଷ୍ଠିତ।

2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ୮୯ ତମ ଭଞ୍ଜସଂଗିତ ଆସର, ସ୍ଵର୍ଗତ ଗୁରୁ ଆନନ୍ଦ ପ୍ରଧାନ ଙ୍କ ସପ୍ତଦଶ ତମ ଶ୍ରାଦ୍ଧ ଦିବସ ସହିତ ବିଶ୍ଵ ମାନବିକତା ଦିବସ କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ମହାନ୍ ଭଞ୍ଜ ସଂଗୀତ ନୃତ୍ୟ କଳାକାର ଙ୍କ ସହିତ ସହରର ତଥା ସହର ବାହାରର ଅନେକ ଜଣାଶୁଣା ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ। ଏବଂ ଭଞ୍ଜ ସଂଗୀତ ପରିବେଷଣ ସହିତ ବିଶ୍ଵ ମାନବିକତା ଦିବସ ର ମୁଲ୍ୟବୋଧ ଉପରେ ନିଜେ ନିଜର ବକ୍ତବ୍ୟ ରଖିଥିଲେ।

ଭଞ୍ଜନଗର ସହରର ପ୍ରତିଷ୍ଠିତ ଭଞ୍ଜସଂଗୀତ ଅନୁଷ୍ଠାନ ଆନନ୍ଦ ସଂଗୀତାୟନ ତରଫରୁ ଆଜି ଡିସେମ୍ବର ମାସ ଦଶ ତାରିଖ ମଙ୍ଗଳ ବାର ୨୦୨୪ ଦିନ ସ୍ଥାନୀୟ ଆର୍.ଏମ.ସି ନିକଟ ବ୍ଳକ୍ , କଲ୍ୟାଣୀ ମଣ୍ଡପ ଠାରେ, ପୁଜ୍ୟ ଗୁରୁ ସ୍ଵର୍ଗତ ଆନନ୍ଦ ପ୍ରଧାନ ଙ୍କ ସପ୍ତଦଶ ତମ ଶ୍ରାଦ୍ଧ ବାର୍ଷିକ ଓ ବିଶ୍ଵ ମାନବିକତା ଦିବସ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଆନନ୍ଦ ସଂଗୀତାୟନ ଅନୁଷ୍ଠାନ ଦ୍ଵାରା ୮୯ ତମ ଭଞ୍ଜସଂଗିତ ଆସରରେ ନିମନ୍ତ୍ରିତ ଶିଳ୍ପୀମାନେ ଭଞ୍ଜସଂଗୀତ ପରିବେଷଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ରୁପେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ମୁଖ୍ୟ ବକ୍ତା ରୁପେ ଅବସରପ୍ରାପ୍ତ ଅଧ୍ୟାପକ ଲୋକନାଥ ମହାନ୍ତି ଙ୍କ ସହିତ ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, ସୁଚନା ଲୋକସମ୍ପର୍କ ଅଧିକାରୀ ଗୈ।ରିଶଙ୍କର ସତପଥି, କଳାକାର କଳାପ୍ରେମି ତଥା ଜଣାଶୁଣା ବ୍ୟବସାୟୀ ସୁଶାନ୍ତ ମହାପାତ୍ର, ପୁର୍ବତନ ନଗରପାଳ ସୁଧିରରଞ୍ଜନ୍ ବେହେରା, ସମାଜ ସେବି ତଥା କଳାକାର ଅର୍ଜୁନ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଞ୍ଚାସିନ ଥିଲେ। ଏଥିରେ ସଭାମୁଖ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ଥିବାବେଳେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ଅନୁଷ୍ଠାନ ର ମୁଖ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର। ଏହି କାର୍ଯ୍ୟକ୍ରମରେ ଭଞ୍ଜ ସାହିତ୍ୟ , ସଂଗୀତ ର ବିଭିନ୍ନ ଛାନ୍ଦ, ଚଉପଦୀ,ଉପମା, ଅନୁପ୍ରାସ, ଅଳଙ୍କାର ଓ ତାର ଶୈଳୀ ବିଷୟରେ ଆଲୋଚନା ହେବା ସହିତ ବିଶ୍ଵ ମାନବିକତା ର ମୁଲ୍ୟବୋଧ ଉପରେ ମଧ୍ୟ ବିଶିଷ୍ଟ ଅତିଥି ମାନେ ନିଜେ ନିଜର ମତ ପରିପ୍ରକାଶ କରିଥିଲେ। ଏଥିରେ ବିଶିଷ୍ଟ ଗୁରୁ ରଘୁନାଥ ପାଣି, ଓଡ଼ିଶୀ କଣ୍ଠଶିଳ୍ପୀ ସୁନିତା ତ୍ରିପାଠୀ ଓ ରୀତି ସ୍ନିଗ୍ଧା ପ୍ରଧାନ ଙ୍କୁ ମାନପତ୍ର ଓ ଉପଢ଼ୌକନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସ୍ଵର୍ଗତ ରଘୁନାଥ ରାଓ ସ୍ମୃତି ସମ୍ମାନ ରେ, ଅଶୋକ କୁମାର ପ୍ରଧାନ ଙ୍କୁ ପରିମଳ ସେବା ରତ୍ନ ଏବଂ ସ୍ୱର୍ଗତ ବାଳକୃଷ୍ଣ ସ୍ମୃତି ସମ୍ମାନରେ ପି. ଆନନ୍ଦ ରାଓ ସୁବୁଦ୍ଧି ଙ୍କୁ ଭଲମଣିଷ ୨୦୨୪ ରେ ସମ୍ମାନୀତ କରାଯାଇଥିଲା। ସେଶରେ ଅନୁଷ୍ଠାନ ର ଛାତ୍ରୀମାନଙ୍କ ଦ୍ଵାରା, ଗୁରୁ ଶ୍ରୀଯୁକ୍ତ ଅଶୋକ ମହାପାତ୍ର ଙ୍କ ଦ୍ଵାରା ଆକର୍ଷଣୀୟ ଭଞ୍ଜସଂଗୀତ ପରିବେଷଣ କରାଯାଇଥିଲା ଓ ପରିଚାଳକ ମୁଖ୍ୟ ଙ୍କ ଦ୍ଵାରା ସମସ୍ତ ଆମନ୍ତ୍ରିତ ଜନସାଧାରଣ ଙ୍କ ସହଯୋଗ କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।

Leave A Reply

Your email address will not be published.