ଆଇଏଏସ ପଦୋନ୍ନତି ପରେ ଯିଏ ଯେଉଁଠି ସିଏ ସେଇଠି : ଖାଲି ଯାହା ପଦବୀ ବଦଳିଲା, ପଦବୀ ଅପ ଗ୍ରେଡ଼ ହେଲା  

0

ଭୁବନେଶ୍ବର : କିଛି ଦିନ ତଳେ ପଦୋନ୍ନତି ପାଇଥିବା ଆଇଏଏସ୍ ଅଫିସରଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି ।  ଆଇଏସ ପଦୋନ୍ନତି ପରେ ଯିଏ ଯେଉଁଠି ସିଏ ସେଇଠି : ଖାଲି ଯାହା ପଦବୀ ବଦଳିଲା | ବିଭାଗ  ସମାନ, ଆଉ ସ୍ଥାନ ସମାନ | କେବଳ ଆବଶ୍ୟକ ଅନୁଯାୟୀ ପଦବୀକୁ ଯାହା ଅପ ଗ୍ରେଡ଼ କରାଯାଇଛି | ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ  କମିସନର ପାହ୍ୟାକୁ ପଦୋନ୍ନତି ପାଇବା ପରେ ଅନୁଗୁଳ ଜିଲ୍ଲାପାଳ  ଅନିଲ ସାମଲ ପୂର୍ବଭଳି ଅନୁଗୁଳର  ଜିଲ୍ଲାପାଳ ରହିବେ | ଆଇଏଏସ୍ ଅଫିସର ଧୀରେନ୍ ପଟ୍ଟନାୟକଙ୍କୁ େଗାପବନ୍ଧୁ ପ୍ରଶାସନିକ ଏକାେଡମିର ଅତିରିକ୍ତ କମିସନର କାର୍ଯ୍ୟ କରିବାକୁ ଥିବା ବେଳେ  ଇପିକଲର କାର୍ଯ୍ୟନିର୍ବାହୀ ନିେର୍ଦଶକ ଡ. ନିତିନ ଭାନୁଦାସ ଜାଵଲେଙ୍କୁ ସେହି ସନ୍ଥରେ ଅର୍ଥାତ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଆଇଏଏସ୍ ଅଫିସର ମନୋରଂଜନ ପଟ୍ଟନାୟକ ଯଥାରୀତି  ଜେଲ୍ ଅତିରିକ୍ତ ଆଇଜି ଭାବେ ପୂର୍ବ ଭଳି କାର୍ଯ୍ୟ ନିର୍ବାହ କରିବେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଆଇଏଏସ୍ ଅଫିସର ପୁରୁେଷାତ୍ତମ ସାହୁଙ୍କୁ ସେହି ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ହସ୍ତତନ୍ତ ବୟନ ବିଭାଗର ଅତିରିକ୍ତ ସଚିବ ଆଇଏଏସ୍ ଅଫିସର ଶ୍ରୀକାନ୍ତ ପୃଷ୍ଟିଙ୍କୁ ମଧ୍ୟ  ସେହି ବିଭାଗର ସ୍ବତନ୍ତ୍ର ଶାସନ ସଚିବ,ଅର୍ଥ ବିଭାଗର ଅତିରିକ୍ତ ସଚିବ ଆଇଏଏସ୍ ଅଫିସର ପ୍ରଦୀପ କୁମାର ବିଶ୍ବାଳଙ୍କୁ େସହି ବିଭାଗରେ ସ୍ବତନ୍ତ୍ର ସଚିବ ଏବଂ  େଯାଜନା ଓ ସେଂଯାଜନ ବିଭାଗର ଅତିରିକ୍ତ ସଚିବ ଗୋପବନ୍ଧୁ ଶତପଥୀଙ୍କୁ ସେହି ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି | 

Leave A Reply

Your email address will not be published.