ନବରଙ୍ଗପୁର ଜିଲ୍ଲା ମିଳିତ କ୍ରିୟାନୁଷ୍ଟାନ କମିଟିର ପ୍ରେସ ବିଜ୍ଞପ୍ତି ଜାରି ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ.
ବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ.: ଯୁବଛାତ୍ର ମହାସଂଘ ତରଫରୁ ଗତ ସେପ୍ଟେମ୍ବର ୨୭ ତାରିଖରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨ ମାସ ୧୭ ଦିନ ଆନ୍ଦୋଳନ ପର୍ଯ୍ୟାୟ କ୍ରମେ ନିରନ୍ତର ଭାବରେ ଜାରି ରହିଥିଲା । ଗତ ନଭେମ୍ବର ୧୫ ତାରିଖରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୫ ଦିନଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମୁଖରେ ଗଣଧାରଣା (Protest) ଜାରି ରହିଥିଲା ସରକାର ଏହି ପ୍ରସଙ୍ଗ ଉପରେ ଆଲୋଚନା ନ କରିବା ଓ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ନିସ୍ବତୀକ୍ରମେ ଗତ ଡିସେମ୍ବର ୮ ତାରିଖରେ ନବରଙ୍ଗପୁର ଜିଲ୍ଲା କମିଟିର ସଦସ୍ୟ ବୃନ୍ଦ ନବରଙ୍ଗପୁର ସର୍କୀଟ ହାଉସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ମହୋଦୟ ଙ୍କୁ ସାକ୍ଷତ କରି ଦାବିପତ୍ର ଦେବା ସହ ଜିଲ୍ଲାଭିଭିକ ନିଯୁକ୍ତି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ମୁଖ୍ୟମନ୍ତ୍ରୀ ଜିଲ୍ଲାଭିଭିକ ନିଯୁକ୍ତି ପ୍ରସଙ୍ଗକୁ ଗୁରୁତ୍ବର ସହିତ ବିଚାରକୁ ନେଇଥିଲେ ଓ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ନବରଙ୍ଗପୁର ମଣ୍ଡେଇ ମଞ୍ଚରେ ମଧ୍ଯ ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣରେ ଜିଲ୍ଲା ଭିଭିକ ନିଯୁକ୍ତି ଉପରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ଓ ସରକାର ଜିଲ୍ଲାଭିଭିକ ନିଯୁକ୍ତି ପ୍ରକ୍ରିୟା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଦୃଢ଼ ପ୍ରତିଶୃତି ପାଇଲା ପରେ ନବରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଓ ଯୁବଛାତ୍ର ମହାସଂଘ ତରଫରୁ ଦୀର୍ଘ ଦିନର ଆନ୍ଦୋଳନକୁ ବର୍ତମାନ ସମୟରେ ସ୍ଥଗିତ ରଖୁବା ପାଇଁ ନିଷ୍ପତି ନିଆଯାଇଛି କିନ୍ତୁ ବାହାର ଜିଲ୍ଲାରୁ ନୂତନ ଭାବେ ଜଇନ୍ କରିଥିବା କନିଷ୍ଟ ଶିକ୍ଷକ ମାନଙ୍କୁ ଗ୍ରାମବାସୀ, ଅଭିଭାବକ ଓ ସ୍କୁଲ କମିଟି ଦ୍ବାରା ବିରୋଧ ଜାରି ରହିବ । ସରକାରଙ୍କ ପାଖରେ ନିବେଦନ ରହିବା ସହ -ଜିଲ୍ଲାଭିଭିକ ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଗାମୀ ଦିନରେ Group C ଏବଂ Group D ଶ୍ରେଣୀ ସରକାରୀ ଚାକିରି ସରକାରୀ ଅଧିଗ୍ରହଣ ପ୍ରକ୍ରିୟା ବନ୍ଦ ରଖାଯାଉ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ମାଟିରେ ଆସି ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ପାଇଁ ଜିଲ୍ଲା ଭିଭିକ ନିଯୁକ୍ତି ଲାଗୁ କରିବା ସମ୍ବନ୍ଧେ ନିଜର ଆଭିମୁଖ୍ୟ ରଖିଥିବାରୁ ଓ ଏହି ଦାବିକୁ ସହୃଦୟ ସହିତ ବିଚାର କରିଥିବାରୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନା କରିଛି ଓ ଜିଲ୍ଲାବାସୀ ସରକାର ପାଖରେ ଦୃଢ଼ତାର ସହିତ ଆଶା ଓ ବିଶ୍ବାସ ରଖିଛନ୍ତି ତାଙ୍କର ଏହି ପ୍ରତିଶ୍ରୁତି ପାଳନ କରିବେ ବୋଲି ଏହି ସାମ୍ବାଦିକ ସମ୍ବିଳନୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରକାଶ ପ୍ରକାଶ କରିଛନ୍ତି