ପଞ୍ଚପଡ଼ା ହାଇସ୍କୁଲରେ ପିଟିଏମ ଓ ଶିଶୁ ଶ୍ରମିକ ସଚେତନତା ସଭା

9

ଝାରସୁଗୁଡ଼ା,୧୫/୧୦( )- ଝାରସୁଗୁଡ଼ା ସହରସ୍ଥିତ ସରକାରୀ ହାଇସ୍କୁଲ ପଞ୍ଚପଡା ରେ ଚଳିତ ବର୍ଷର ଦ୍ୱିତୀୟ ଅଭିଭାବକ ଶିକ୍ଷକ ଓ ପରିଚାଳନା କମିଟି ଓ ଶିଶୁ ଶ୍ରମିକ ସଚେତନତା ବୈଠକ ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣମିତା ନାଏକ ଙ୍କ ସଭାପତିତ୍ବରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସହକାରୀ ଶ୍ରମ ଅଧିକାରୀ ଝାରସୁଗୁଡ଼ା ପ୍ରିୟଙ୍କା ସାହୁ ଓ ସହକାରୀ ଶ୍ରମ ଅଧିକାରୀ ଲଖନପୁର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିଶୁ ଶ୍ରମିକ ନିରୋଧ ଆଇନ ବିଷୟରେ ସୂଚନା ଦେଇଥିଲେ l

ଏନେଇ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଗଠନ ପାଇଁ ଉପସ୍ଥିତ ଅତିଥି, ଏସଏମସି ସଦସ୍ୟ, ଅଭିଭାବକ ଓ ଛାତ୍ର ଛାତ୍ରୀ ଶପଥ ନେଇଥିଲେ l ଏହାସହ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଦସ୍ୟ ଙ୍କ ସହ ଅଭିଭାବକ ଙ୍କ ଆଲୋଚନା, ବିଦ୍ୟାଳୟରେ ଉତ୍ତମ ଶିକ୍ଷା ପରିବେଶ, ଛାତ୍ର ଛାତ୍ରୀ ଙ୍କ ନିରାପତ୍ତା, ଛାତ୍ରୀ ମାନଙ୍କ ପାଇଁ ଇନସିନେରେଟର ଓ ଭେଣ୍ଡିଂ ମେସିନ ର ବ୍ୟବସ୍ଥା, ନିଶାମୁକ୍ତ ଭାରତ ଅଭିଯାନ ଓ ବିକଶିତ ଭାରତର ପରିଚୟ ବିଷୟ, ଅଭିଭାବକ ମାନଙ୍କ ଠାରୁ ବିଦ୍ୟାଳୟ ର ସର୍ବାଙ୍ଗିନ ଉନ୍ନତି ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା l ଏହି ବୈଠକ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯମୁନା ଭଇଁସାଲ, ବରିଷ୍ଠ ଶିକ୍ଷୟତ୍ରୀ ସୁନନ୍ଦା ଚୌଧୁରୀ, ଖେଳ ଶିକ୍ଷୟତ୍ରୀ ପଙ୍କଜିନୀ ପଟେଲ, ଶିକ୍ଷୟତ୍ରୀ ଜୟନ୍ତୀ ନାଥ, ପ୍ରମିତା ପଟେଲ, ମିନତି ଚୌଧୁରୀ, କୁଶ ଭୁଏ, ଅପର୍ଣ୍ଣା ସେଟ, ଫଗୁନି ନାଏକ ପ୍ରମୁଖ ମଞ୍ଚାସିନ ଥିଲେ l

Leave A Reply

Your email address will not be published.