ରାକେଶ ମଲିକ ଛାତ୍ର ସଂସଦ ସଭାପତି ନିର୍ବାଚିତ

10


ଜି.ଉଦୟଗିରି,୧୫/୧୦(ଅବନୀ କୁମାର ପ୍ରଧାନ )କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି | ସଭାପତି ଭାବେ ଦ୍ଵିତୀୟ ବର୍ଷ ଛାତ୍ର ରାକେଶ ମଲ୍ଲିକ ୨୯୮ ଖଣ୍ଡ ଭୋଟ ପାଇ ନିର୍ବାଚନରେ ବିଜୟ ହୋଇଥିବା ବେଳେ ସୁହାନି ସାହୁ ୨୨୧ ଖଣ୍ଡ ଚିଣ୍ଟୁ ଦିଗାଲ ୧୨୦ ଖଣ୍ଡ ଓ ସିଫୋନୀୟ ନାୟକ ୯୬ ଖଣ୍ଡ ଭୋଟ ପାଇଛନ୍ତି |ଉପସଭାପତି ଭାବେ ସାର୍ଥକ ପ୍ରଧାନ ୩୦୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ, ସଞ୍ଜନା ପ୍ରଧାନ ୧୭୨ ଖଣ୍ଡ ଭୋଟ ଶ୍ରୀତମ ମଲିକ ୧୬୨ ଖଣ୍ଡ ଭୋଟ,ପ୍ରାଣନାଥ କାର୍ଜିମାଝୀ ୮୯ ଖଣ୍ଡ ଭୋଟ ପାଇଛନ୍ତି , ସାଧାରଣ ସମ୍ପାଦକ ଭାବେ ପ୍ରିୟମ୍ବିତ ବଗର୍ତ୍ତୀ ୨୭୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି , ସହସମ୍ପାଦକ ଭାବେ ଛାତ୍ରୀ ସୁରେଖା ପ୍ରଧାନ ୪୭୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି , କଲଚୁରାଲ ସେକ୍ରେଟାରୀ ଏଞ୍ଜେଲିକ ନାୟକ, ସହ ସମ୍ପାଦକ ଏନ ସଫିକ, କ୍ରୀଡ଼ା ସମ୍ପାଦକ ସେକ୍ରେଟାରୀ ନିରଞ୍ଜନ ପ୍ରଧାନ , ଆସିଷ୍ଟାଣ୍ଟ ଆଥେଲେଟିକ ସେକ୍ରେଟାରୀ ପ୍ରିୟଦର୍ଶିନୀ ପ୍ରଧାନ ଅନ୍ୟ ପ୍ରାର୍ଥୀ ଶଙ୍କର ପ୍ରଧାନ ୨୨୩ ଖଣ୍ଡ ଭୋଟ୍ ପାଇଛନ୍ତି।
ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ପଦବୀରେ ନିରଞ୍ଜନ ପ୍ରଧାନ ୫୨୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଅନ୍ୟ ପ୍ରାର୍ଥୀ ବିପିନ ଚନ୍ଦ୍ର ପ୍ରଧାନ ୧୮୬ ଖଣ୍ଡ ଭୋଟ୍ ପାଇଛନ୍ତି।ସହକାରୀ ସମ୍ପାଦକ ପଦବୀରେ ପ୍ରିୟଦର୍ଶିନୀ ପ୍ରଧାନ ୩୬୨ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଅନ୍ୟ ପ୍ରାର୍ଥୀ ପ୍ରବୀଣ ପ୍ରଧାନ ୩୪୮ ଖଣ୍ଡ ଭୋଟ୍ ପାଇଛନ୍ତି।ସାଂସ୍କୃତିକ ସଂଘର ସମ୍ପାଦକ ପଦବୀରେ ଆଞ୍ଜେଲିକ୍ ନାୟକ ୩୮୫ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଅନ୍ୟ ପ୍ରାର୍ଥୀ ଜିମିଆ ନାୟକ ୨୦୪ ଖଣ୍ଡ ଏବଂ ନନ୍ଦିନୀ ସୁବୁଦ୍ଧି ୧୨୭ ଖଣ୍ଡ ଭୋଟ୍ ପାଇଛନ୍ତି।
ସାଂସ୍କୃତିକ ସଂଘର ସହକାରୀ ସମ୍ପାଦକ ପଦବୀରେ ଏନ୍. ସଫିକ୍ ୩୫୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଅନ୍ୟ ପ୍ରାର୍ଥୀ ରୁବେନ ଦିଗାଲ ୧୯୯ ଖଣ୍ଡ ଏବଂ ଖୁସୁବୁ ପ୍ରଧାନ ୧୬୫ ଖଣ୍ଡ ଭୋଟ୍ ପାଇଛନ୍ତି।

Leave A Reply

Your email address will not be published.