ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,”ଛେଲୁ” ର ପିଡୀତା ପାଚିକା ଙ୍କୁ ସାହାଯ୍ୟ ର ହାତ

2

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଛେଲୁ :୧୦/୧୨, ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଛେଲୁ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତ ତା ୫-୧୨-୨୪ ରିଖ ଗୁରୁବାର ଦିନ ମଧ୍ୟାହ୍ନ ଭୋଜନ ରାନ୍ଧିବା ସମୟରେ ଏକ
ଅଘଟଣ ଘଟିବା ନଜିର କୁ ଆସିଛି। ଖବର ନେବାରୁ ଜଣାପଡିଛି ଯେ, ପାଚିକା କୁମାରୀ ଗ ଉଡ ଡାଲି ଡେକିଚି ଓହ୍ଲାଇ ନେଵା ସମୟ ରେ ହାତରୁ ଖସି ପଡ଼ିବାରୁ ଅଘଟଣ ଘଟିଲା।
ଅଘଟଣ ଘଟିବା ଦିନ ପ୍ରଧାନ ଶିକ୍ଷକ ହୀନ ନାହାକ ,ଵିଲୋଓ ମିଟିଙ୍ଗ୍ ରେ ଥିଲେ ବୋଲି ଜଣାପଡିଛି। ଏ ସମୟରେ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବିଷୟରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ । ଉକ୍ତ ପାଚିକା ଙ୍କୁ ଗୋଷ୍ଠୀ ଉନ୍ନୟନ ସ୍ବାସ୍ଥ୍ୟ କେନ୍ଦ୍ର, ଖଲ୍ଲିକୋଟ କୁ ନେଇ ଚିକିତ୍ସା କରାଇଥିଲେ ଓ ପରେ ବ୍ରହ୍ମପୁର ସ୍ଥିତ ଏମ୍ କେ ସି ଜି ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଥିଲେ । ପାଚିକା ସହାୟିକାଙ୍କ ଚିକିତ୍ସା ନିମନ୍ତେ ଉକ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆର୍ଥିକ ସହାୟତାରେ ଆଗକୁ ହାତ ବଢ଼ାଇ ଛନ୍ତି ବୋଲି ପ୍ରଧାନ ଶିକ୍ଷକ ହୀନ ନାହାକ, “ମନ୍ଥନ” ର ରିପୋର୍ଟ ର ଶିବରାମ ଜେନା ଙ୍କୁ କହିଛନ୍ତି । ରିପୋର୍ଟ ର ତଥା ବ୍ଳକ୍ କରସପଣ୍ଡେଣ୍ଟ୍ ଶିବରାମ ଜେନା ନିଜେ ପାଚିକା କୁମାରୀ ଙ୍କ ଘରକୁ ଯାଇଥିଲେ ଏବଂ
ପିଡୀତା ଙ୍କୂ ସ୍ବାସ୍ଥ୍ୟ ର ଉନ୍ନତି ସମ୍ପର୍କ ରେ ପଚାରି ବୁଝିଥିଲେ। ଶ୍ରୀମତୀ କୁମାରୀ ଗଉଡ ପ୍ରତି ଉତ୍ତର ରେ କହିଲେ ଯେ , ସ୍ବାସ୍ଥ୍ୟ ଭଲ ଅଛି। ଏସମ୍ପର୍କରେ ପ୍ରଧାନ ଶିକ୍ଷକ ହୀନ ନାହାକ ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ବୋଲି ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ,ଉକ୍ତ ପିଡୀତା ପାଚିକା କୁମାରୀ ଗଉଡ ଏହି ବିଦ୍ୟାଳୟ ରେ ଦୀର୍ଘ ୨୫ବର୍ଷ ଧରି ପାଚିକା ରୂପେ ଦାୟିତ୍ୱ ତୁଲାଇଥିବା ଜଣାପଡିଛି। ସେ ସରକାର ଙ୍କୁ ନିବେଦନ କରିଛନ୍ତି ଯେ, ସରକାର ଙ୍କ ତରଫ ରୁ କିଛି ସାହାଯ୍ୟ ମିଳିପାରି ଲେ ସେ ନିଜକୁ ଧନ୍ୟ ମନେକରିଵେ।

Leave A Reply

Your email address will not be published.