ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ସଂସଦର ବିଭିନ୍ନ ପଦବୀ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଚୟନ ପ୍ରକ୍ରିୟା ମାଧ୍ଯମରେ ଛାତ୍ରୀ ପ୍ରତିନିଧି ମନୋନୀତ କରାଯାଇଛି । ମହାବିଦ୍ୟାଳୟ ଚୟନ କମିଟ ଦ୍ଵାରା ଏହି ଚୟନ ପ୍ରକ୍ରିୟା ସୁଚାରୁ ରୂପେ ସଂପନ୍ନ ହୋଇଯାଇଛି ଏବଂ ଫଳାଫଳ ମଧ୍ଯ ପ୍ରକାଶିତ ହୋଇସାରିଛି ।
ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ କାର୍ତ୍ତିକେଶ୍ଵରୀ ଦେବୀ ଛାତ୍ରୀ ସଂସଦ ସଭାପତି ରୂପେ ଏବଂ ସୁଶ୍ରୀ ମଧୁସ୍ମିତା ଭୂୟାଁ (ଉପ-ସଭାପତି ରୂପେ ) ମନୋନୀତ ହୋଇଛନ୍ତି । ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ରୀନା ଭାଞ୍ଜ ଛାତ୍ର ସଂସଦ ସଂପାଦିକା , ସୁଶ୍ରୀ ଇପସିତା ପାଢୀ ନାଟ୍ୟସଂସଦ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି । ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ଭାନୁପ୍ରସାଦିନୀ ରାଉତ କ୍ରୀଡା ସଂସଦ ସଂପାଦିକା ଏବଂ ସୁଶ୍ରୀ ସୌମ୍ୟାରାଣୀ ଲିମା କମନରୁମ୍ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି । ସୁଶ୍ରୀ ସ୍ନେହଲତା ପାଳ , ସୁଶ୍ରୀ ମାନସୀ ପ୍ରଧାନ ଏବଂ ସୁଶ୍ରୀ ଗାୟତ୍ରୀ ଭୂୟାଁ ଯଥାକ୍ରମେ ତୃତୀୟ ବର୍ଷ, ଦ୍ଵିତୀୟ ବର୍ଷ , ପ୍ରଥମ ବର୍ଷ ଶ୍ରେଣୀ ପ୍ରତିନିଧି (Class Representative) ଭାବେ ମନୋନୀତ ହୋଇଛନ୍ତି ।
ମହାବିଦ୍ୟାଳୟର ଅଧ୍ଯକ୍ଷା ଡ. ରୀନା ସାହୁ ଏବଂ ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ମନୋନୀତ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତା କାଲି ଦିନ ୧୧.୦୦ ଘଣ୍ଟା ସମୟରେ ମନୋନୀତ ପ୍ରାର୍ଥୀମାନଙ୍କର ‘ଶପଥ ପାଠ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
Sign in
Sign in
Recover your password.
A password will be e-mailed to you.
Next Post