ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ଏକ ଅଭାବନୀୟ ଘଟଣା ଘଟିଛି l ଜଣେ କଲେଜ ପଢୁଆ ଝିଅକୁ ଅସଦାଚରଣ ସହ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଜଣେ ଦୋକାନିକୁ ଅଟକ ରଖିଛି ପୁଲିସ l ସୂଚନା ଅନୁସାରେ ଆଜି ଅପରାହ୍ନ ପାଖାପାଖି ଘ2.30ମି ସମୟରେ ସ୍ଥାନୀୟ କଲେଜର ଜଣେ ଛାତ୍ରୀ ନିଜ ଗ୍ରାମ ପାବୁରିଆ ଯିବା ପାଇଁ ବସ ଅପେକ୍ଷା କରୁଥିଲେ l ଏହି ସମୟରେ (ବନ୍ଧ ଛକ) ପାବୁରିଆ ବସ ଷ୍ଟାଣ୍ଡରେ ଥିବା ଜଣେ ଦୋକାନୀ ସେହି ଛାତ୍ରୀଙ୍କୁ ଡାକି ଥିଲେ l ଛାତ୍ରୀ ଜଣକ ଦୋକାନକୁ ଯିବା ପରେ ଦୋକାନୀ ଜଣକ ଛାତ୍ରୀଙ୍କୁ ହାତଧରି ଜୋରଜବରଦସ୍ତ ଭିତର ରୁମ ଓ ବେଡ ରୁମକୁ ଟାଣି ନେଇ ଥିଲେ l ବେଡ ରୁମରେ ଛାତ୍ରୀଙ୍କୁ ଜୋରଜବରଦସ୍ତ କିଛି ଖାଇବାକୁ ଦେଇ ଥିଲେ l ଛାତ୍ରୀ ଜଣକ ଖାଇବାକୁ ମନା କରି ଥିଲେ ଓ ସେ ତା ଠାରୁ ମୁକୁଳିବାକୁ ଚେଷ୍ଟା କରି ଚିତ୍କାର କରି କାନ୍ଦି ଥିଲେ l ଛାତ୍ରୀଙ୍କ କାନ୍ଦ ଶୁଣି ରାସ୍ତାରେ ଯାଉ ଥିବା ଛାତ୍ରଛାତ୍ରୀ ଓ ଲୋକମାନେ ଦୋକାନ ସାମ୍ନାକୁ ଦୌଡ଼ି ଥିଲେ l ଏତିକି ବେଳେ ଦୋକାନୀ ଜଣକ ଛାତ୍ରୀଙ୍କୁ ରୁମରେ ରଖି କବାଟ ବାହାରୁ ତାଲା ପକାଇ ବାହାରି ଥିଲା l ଏହି ସମୟରେ ଛାତ୍ରୀଙ୍କ ଚିତ୍କାର ଓ କାନ୍ଦ ଶୁଣି କଲେଜ ଛାତ୍ରଛାତ୍ରୀ ଓ ପ୍ରତେକ୍ଷଦର୍ଶୀ ଦୋକାନ ଭିତରକୁ ଧସେଇ ପଶି ଛାତ୍ରୀଙ୍କୁ ଉଦ୍ଧାର କରି ଅସଦାଚରଣ କରିଥିବା ବ୍ୟକ୍ତିକୁ ନିର୍ଘାତିଆ ଛେଚି ଥିଲେ l ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୋକାନୀକୁ ଅଟକ ରଖିବା ସହ ଛାତ୍ରୀଙ୍କୁ ଥାନାକୁ ନେଇ ତଦନ୍ତ ଚଳାଇଛି l ଏହି ଘଟଣାକୁ ନେଇ କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଧାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ଓ ମହିଳା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି l ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଧା l
Sign in
Sign in
Recover your password.
A password will be e-mailed to you.
Prev Post