ବିଜେପୁର:-ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ସ୍ଥିତ ଅସ୍ଥାୟୀ ବସଷ୍ଟାଣ୍ଡକୁ ଲାଗିରହିଥିବା ସରକାରୀ ମଦ ଦୋକାନକୁ ନେଇ ବିଭିନ୍ନ ସମ୍ବାଦପତ୍ରରେ ବାରମ୍ବାର ପ୍ରକାଶିତ ହୋଇ ଆସୁଥିଲେ ସୁଦ୍ଧା ତଥା ଜନସାଧାରଣ ମଧ୍ୟ ପ୍ରତ୍ୟହ ମାସରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ସମୟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ଚକିତ କରି ଦେଇଛି। ଆଜି ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ସତରେ ଖାଁଖାଁ ଲାଗୁଥିଲା। ଏହାକୁ ନେଇ ଜନସାଧାରଣଙ୍କୁ ପଚାରିବାରୁ ଜଣାଗଲା ଯେ,ନାମକୁ ମାତ୍ର ଅଭିଯୋଗ ଶୁଣାଣୀ,କାର୍ଯ୍ୟକାରୀ ହେଉନଥିବା ଲୋକଙ୍କ ମୁହଁରୁ ଶୁଣିବାକୁ ମିଳିଲା। ଆଜି ହାଟ ମଧ୍ୟରେ ବ୍ରହ୍ମଜ୍ଞାନ ବାଣ୍ଟୁଥିବା ଫରେନ୍ ଲିକର୍ ସପ୍ ଉଚ୍ଛେଦ ବିଜେପୁର ସହରର ମାଁ ଭଉଣୀ ତଥା ଜନସାଧାରଣ ଆସି ଜିଲ୍ଲାପାଳ ବରଗଡ଼ଙ୍କୁ ଲିଖିତ ଭାବେ ଜଣାଇଥିଲେ। ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ମହାଶୟଙ୍କ ନିର୍ଦ୍ଦେଶକୁ ଅବକାରୀ ବିଭାଗ ପାଳନ କରୁଛନ୍ତି ନାଁ ବେଖାତିର ଭାବେ ନେଉଛନ୍ତି। ଆଜିକାର ଅଭିଯୋଗ ଶୁଣାଣୀରେ ସମୁଦାୟ ୧୦୦ ଟି ଅଭିଯୋଗ ହୋଇଥିବା ବେଳେ ତନ୍ମଧ୍ୟରୁ ୧୩ ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Next Post