ନିର୍ମାଣଧୀନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ପରିଦର୍ଶନ କଲେ ଜିଲ୍ଲାପାଳ

0 1

ପ୍ରକଳ୍ପ କାର୍ଯ୍ୟ କୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ 

ସୁବର୍ଣ୍ଣପୁର :୯/୧୨/୨୪: ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ମେଘା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯୋଜନା ଅଧୀନରେ ଉଲୁଣ୍ଡା ଗଣ୍ଡାବାହାଲ ଠାରେ ନିର୍ମାଣଧୀନ ଓଭରହେଡ଼ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ପରିଦର୍ଶନ ସହ କାର୍ଯ୍ୟ ଅଗ୍ରଗତିର ସରଜମିନ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଅନ୍ୟା ଦାସ ପ୍ରକଳ୍ପ ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସହିତ ଶୀଘ୍ର ଶେଷ କରି ଜନସାଧାରଣ ଙ୍କୁ ଏହାର ସୁଫଳ ପହଞ୍ଚାଇବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ୪ ଲକ୍ଷ ୯୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ନିର୍ମାଣଧୀନ ଓବରହେଡ଼ ପାନୀୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉଲୁଣ୍ଡା ଗ୍ରାମ ପଞ୍ଚାୟତ ର ୮୯୭୬ ଜଣଙ୍କ ପାଇଁ ଦୈନଦିନ ପାନୀୟ ଜଳ ଘର କୁ ଘର ଯୋଗାଣ ହୋଇପାରିବ।

ଜିଲ୍ଲାପାଳ ଙ୍କ ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର, ବି ଡି ଓ ଉଲୁଣ୍ଡା କରିସ୍ମା ବେସ୍ରା, ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ତପନ କୁମାର ପ୍ରଧାନ, ପ୍ରୋଜେକ୍ଟ ମ୍ୟାନେଜର ଏମ ଇ ଆଇ ଏଲ ବିନୋଦ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ତଥା ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.