ମୁଖ୍ୟମନ୍ତ୍ରୀ ଙ୍କ ଭଞ୍ଜନଗର ଆଗମନ ସହ ବୁଥ୍ ସ୍ତରୀୟ ନିର୍ବାଚନ ସମିକ୍ଷା ବୈଠକ ଅନୁଷ୍ଠିତ

0 1

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବୁଥ୍ ସ୍ତରୀୟ ନିର୍ବାଚନ ପ୍ରସ୍ତୁତି ନିମନ୍ତେ ସମିକ୍ଷା ବୈଠକ ସହିତ ଚଳିତ ମାସ ଶେଷ ସପ୍ତାହ ତଥା ଡିସେମ୍ବର ମାସ ୨୯ ଓ ୩୦ ତାରିଖ ଭଞ୍ଜନଗର ସହରରେ ଦୀର୍ଘ ବର୍ଷ ବ୍ୟବଧାନରେ ହେବାକୁଥିବା ରାଜ୍ୟସ୍ତରୀୟ ଆଇନଜୀବୀ ସମ୍ମିଳନୀକୁମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ଏକ ଗୁରୁତ୍ତ୍ୱପୂର୍ଣ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ଭାରତୀୟ ଜନତା ପାର୍ଟିର ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବୁଥ୍ ସ୍ତରୀୟ ନିର୍ବାଚନ ପର୍ବ ର ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଜି ଡିସେମ୍ବର ମାସ ୨୦୨୪ ଦିନ ଭଞ୍ଜନଗର ବନ ବିଭାଗ ଡାକବଙ୍ଗଳା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ ୨୬୦ ଗୋଟି ବୁଥ୍ ରହିଥିବା ବେଳେ, ବୁଥ ସ୍ତରରେ ନିର୍ବାଚନ ପାଇଁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ରେ ନିର୍ବାଚନ ନିମନ୍ତେ ସମିକ୍ଷାବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସହିତ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସରୋଜ ସାବତ, ଜିଲ୍ଲା ଉପ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ତିଆଡି ଉପସ୍ଥିତ ଥିଲେ। ଏହା ସହିତ ଆଜିର ଡ଼ାକ ବଙ୍ଗଳା ବୈଠକ ରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରିଣୀ ସଦସ୍ୟ ନୀଳମାଧବ ପାତ୍ର, ବିଷ୍ଣୁ ଚରଣ ପ୍ରଧାନ, ଧୋବା ଗୈ।ଡ, ସିମାଞ୍ଚଳ ବରାଡ, ଉଦ୍ଧବ ମିଶ୍ର, ଶିବଶଙ୍କର ପ୍ରଧାନ, ଶିବ ପ୍ରସାଦ ମହାପାତ୍ର, ରାଜୁ ପ୍ରଧାନ,ମାନସ ଜେନା, ରଜତ ଦାସ, ଭଞ୍ଜ କିଶୋର ପ୍ରଧାନ, ଲକ୍ଷ୍ମୀନାରାୟଣ ପଣ୍ଡା, ବ୍ରହ୍ମାନନ୍ଦ ଦାସ, ଓ ସଞ୍ଜୟ ପ୍ରଧାନ ସହିତ ଅନେକ କାର୍ଯ୍ୟକର୍ତ୍ତା ଓ ସରପଞ୍ଚ ମଧ୍ୟ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଦୀର୍ଘ ୪୦ ବର୍ଷ ପରେ ପ୍ରଥମ ଥର ପାଇଁଁ ହେବାକୁ ଯାଉଛି ରାଜ୍ୟ ସ୍ତରୀୟ ଆଇନଜୀବୀ ସମ୍ମିଳନୀ। ଏଥି ସକାଶେ ମଧ୍ୟ ଆଜି ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଙ୍କ ତତ୍ବାବଧାନରେ ଏଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହେବାକୁ ଥିବା ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଓକିଲ ସଂଘର ଅନେକ ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦାନ କରିବେ। ଏହି ବିରାଟ କାର୍ଯ୍ୟକ୍ରମ ର ମୁଖ୍ୟ ସଭାସ୍ଥଳ ରୁପେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ କୁ ସ୍ଥିର କରାଯାଇଛି। ତତ୍ ସହିତ ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବ। ୪୦ ବର୍ଷ ପୁର୍ଵେ ତଥା ୧୯୮୪ ମସିହାରେ ଭଞ୍ଜନଗର ସହରରେ ୧୩ ତମ ରାଜ୍ୟ ଆଇନଜୀବୀ ସମ୍ମିଳନୀ ବରିଷ୍ଠ ଓକିଲ ସ୍ଵର୍ଗତ ଶଶିଭୁଷଣ ତିଆଡି ଙ୍କ ନେତୃତ୍ବରେ ହୋଇଥିଲା।

Leave A Reply

Your email address will not be published.