ତିଳିସିଂଗି ଗ୍ରାମରେ ପଞ୍ଚାୟତ ସ୍ତରୀୟ ବୁଥ୍ ସଭାପତି ଚୟନ

0 1

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ପଞ୍ଚାୟତ ସ୍ତରୀୟ ଚାରିଗୋଟି ବୁଥ୍ ନିର୍ବାଚନ ରେ ୪ ଗୋଟି ବୁଥ୍ ସଭାପତି ନିର୍ବାଚିତ।  ଆଜି  ଦିନ ତିଳିସିଂଗି ଗ୍ରାମର ପଞ୍ଚାୟତ ଗୋଷ୍ଟି କେନ୍ଦ୍ରରେ ପଞ୍ଚାୟତ ସ୍ତରୀୟ ଚାରିଗୋଟି ବୁଥ୍ ରୁ ୪ ଟି ବୁଥ ସଭାପତି ନିର୍ବାଚିତ ହୋଇଛନ୍ତି। ଯେପରିକି ୭୬ ନମ୍ବର, ୭୭ ନମ୍ବର, ୭୮ ନମ୍ବର ଓ ୪୮ ନମ୍ବର ବୁଥ୍। ଏହି ନିର୍ବାଚନ ପ୍ରକ୍ରିୟା ରେ ୭୬ ନମ୍ବର ତିଳିସିଂଗି ଗ୍ରାମର ବୁଥ ଯାହାକି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ନିଜସ୍ବ ଵୁଥ୍ । ସେଥିରେ ବିଧାୟକ କର୍ମକର୍ତ୍ତା ଭାବରେ ନିଜ ବୁଥ୍ ରେ ଯୋଗଦାନ କରିଥିଲେ। ଏଥିରେ ବିଧାୟକ ଙ୍କ ଉପସ୍ଥିତି ସହିତ ,୭୬ ଓ ୭୭ ନମ୍ବର ବୁଥ୍ ର ସମସ୍ତ ସକ୍ରିୟ ପ୍ରାଥମିକ ସଦସ୍ୟ ଙ୍କ ଉପସ୍ଥିତି ରେ ନିର୍ବାଚନ ଶେଷ ହୋଇଥିଲା। ଏବଂ ଚାରିଗୋଟି ବୁଥ୍ ରୁ ସଭାପତି ନିର୍ବାଚିତ ହୋଇଥିଲେ। ଯେପରିକି ୭୬ ନମ୍ବର ତିଳିସିଂଗି ବୁଥ୍ ରୁ ଶ୍ରୀ ଭାସ୍କର ସାହୁ, ୭୭ ନମ୍ବର ତିଳିସିଂଗି ବୁଥ୍ ରୁ ଶ୍ରୀ ଦେବରାଜ ନାୟକ, ୭୮ ନମ୍ବର ଉଲୁଦନ ବୁଥ୍ ରୁ ଶ୍ରୀ ସୁନୀଲ କୁମାର ବେହେରା ଓ ୪୮ ନମ୍ବର ବୁଥ ରୁ ଶ୍ରୀ ବିଶ୍ଵନାଥ ଗୈ।ଡ଼ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏଥିରେ ନିର୍ବାଚନ ଅଧିକାରୀ ଙ୍କ ସହିତ ସହ ନିର୍ବାଚନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ତିଆଡି, ମଣ୍ଡଳ ନିର୍ବାଚନ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ପ୍ରଧାନ, ଶକ୍ତି କେନ୍ଦ୍ରର ନିର୍ବାଚନ ଅଧିକାରୀ ଶ୍ରୀ ଭିକାରୀ ପ୍ରଧାନ, ମଣ୍ଡଳ ସହ ନିର୍ବାଚନ ଅଧିକାରୀ ଶ୍ରୀ ଧବଳେଶ୍ବର ମାଝି ଓ ମଣ୍ଡଳ ସଭାପତି ଶ୍ରୀ ସୁବାସ ଚନ୍ଦ୍ର ପ୍ରଧାନ ଯୋଗଦାନ କରିଥିଲେ।

Leave A Reply

Your email address will not be published.