ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନର ସର୍ବ ନିମ୍ନ ସହାୟତା ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ ସହାୟତା ସହିତ ସମୁଦାୟ ୩୧୦୦ ଟଙ୍କା ପ୍ରଦାନ ନେଇ ବରଗଡ଼ ଜିଲ୍ଲାର ସୋହେଲ ଠାରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଆଭାସି ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା। ଏହି ଅବସରରେ ଆଜି ଗଜପତି ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ , ମାନ୍ୟବର ବିଧାୟକ ମୋହନା , ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି , ଶ୍ରୀ ଏ.ରାମ୍. ପ୍ରସାଦ ପାତ୍ର , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଜପତି , ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା , ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ ଗଜପତି ଓ ଶ୍ରୀ ହରିହର ସେଠ୍ , ସହକାରୀ ନିବନ୍ଧକ ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚସିନ ଥିଲେ।
ଏହି କାର୍ଯ୍ୟକ୍ରମରେ ଚାଷୀଙ୍କ ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟ କୁ ସିଧାସଳଖ ଯିବ ଟଙ୍କା। ସେହିପରି ଚଳିତ ବର୍ଷ ଜିଲ୍ଲାରେ ଡିସେମ୍ବର ମାସ ୩୦ ତାରିଖରୁ ମଣ୍ଡି ରୁ ଧାନ କିଣା ଯିବ। ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା ଯୋଗେଇ ଦେବା ସହିତ ଶୀଘ୍ର ଧାନ କିଣିବା ପାଇଁ ପଦକ୍ଷେପ ନିଆଯାଇଛି। ସମସ୍ତ ମଣ୍ଡି ରେ ଜଣେ ଜଣେ ନୋଡାଲ ଅଫିସର ଓ ଜଣେ ସୁପରଭାଇଜର ରଖାଯାଇଛି। ସେହିପରି ନାଖା ପଏଣ୍ଟ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଯାଇ ଧାନ ବିକ୍ରି ବିକ୍ରୟକୁ ତିକ୍ଷଣ୍ ନଜର ରଖାଯିବା। ଯଦି କୌଣସି ଚାଷୀ ଆପତ୍ତି ଅଭିଯୋଗ ରହିଥିଲେ ୧୯୬୭ ନମ୍ୱର କୁ ଯୋଗାଯୋଗ କରି ସଂପୂର୍ଣ୍ଣ ସହାୟତା ପାଇପାରିବେ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ ୪୫ ଗୋଟି ଧାନ ସଂଗ୍ରହ କେନ୍ଦ୍ର ଖୋଳାଯାଇଛି , ସେଥିମଧ୍ୟରୁ ଗୋଷାଣୀ ବ୍ଲକରେ ୨୫ , ଗୁମ୍ମା ବ୍ଲକରେ ୩ , କାଶୀନଗର ବ୍ଲକରେ ୧୬ ଓ ରାୟଗଡ଼ା ୧ ଧାନ ସଂଗ୍ରହ କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ।
ଆଜିର ଏହି କାର୍ଯ୍ୟକ୍ରମକୁ ଚାଷୀଙ୍କୁ ମନୋରଞ୍ଜନ କରିବା ପାଇଁ ଜିଲ୍ଲାର ସ୍ଥାନୀୟ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର ଓ ସମଲେଇ ନୃତ୍ୟକଳା ପରିଷଦର କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ଜିଲ୍ଲାର ଚାଷୀ ପ୍ରତିନିଧି , ଜନପ୍ରତିନିଧି ଓ ସମସ୍ତ ବ୍ଲକର ଚାଷୀ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.