ବେଲଗୁଣ୍ଠା -:, (ଶିବରାମ ଚୌଧୁରୀ )-,ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗର ବ୍ଳକ୍ ଗାଲେରୀ ସ୍ଥିତ ଶ୍ରୀ ଅରବିନ୍ଦ କୋଚିଙ୍ଗ୍ ସେଣ୍ଟର୍ ର ଶିଶୁ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ମୁଖ୍ୟ ପରିଚାଳକ କରମ ଚାନ୍ଦ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗାଲେରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ ଯୋଗ ଦେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଉଦ୍ୟମର ଆବଶ୍ୟକ ରହିଛି ବୋଲି ଛାତ୍ରଛାତ୍ରୀଙ୍କୁ ପରମର୍ଶ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ପ୍ରଧାନ ଶିକ୍ଷକ ଯୋଗ ଦେଇ ଗୁରୁଜନ ମାନଙ୍କ ଆଶୀର୍ବାଦ ବଳରେ ଛାତ୍ରଛାତ୍ରୀ ଜୀବନ ସଂଗ୍ରାମରେ ବିଜୟୀ ହୋଇପାରିବେ ବୋଲି ବକ୍ତବ୍ୟ ରଖିଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ବରିଷ୍ଠ ପ୍ରଧାନ ଶିକ୍ଷକ ସମୀର କୁମାର ଜେନା ଯୋଗ ଦେଇ ଏକାଗ୍ରତା ମନୁଷ୍ୟକୁ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ବିଭିନ୍ନ ଶୈକ୍ଷିକ ଏବଂ ସହ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ଶିକ୍ଷକ ପ୍ରଦୀପ ପ୍ରଦୀପ କୁମାର ସାହୁ,ଆଦିକନ୍ଦ ମାଝୀ,ଶିବ ପ୍ରସାଦ ପାଣିଗ୍ରାହୀ, ସୁରଜ କୁମାର ପାତ୍ର ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସଙ୍ଗୀତ ଏବଂ ନୃତ୍ୟ ଭିତ୍ତିକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଅଭିଭାବକ ମାନଙ୍କୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା I କାର୍ଯ୍ୟକ୍ରମରେ ଶିକ୍ଷକ ମୌସୁମୀ କାନ୍ତ ବେହେରା,କାଳି ପ୍ରସାଦ ଆଚାର୍ଯ୍ୟ,ଅଶୋକ କୁମାର୍ ଗୌଡ଼,ସୁରଜ କୁମାର ପାତ୍ର,ଦିନେଶକୁମାର ବେହେରା,ରିଙ୍କୁ ସଣ୍ଡ,ଶିକ୍ଷୟିତ୍ରୀ ରୁନିତା ଗୌଡ଼,ପ୍ରଭାମୟୀ ବେହେରା,ଇତିଶ୍ରୀ ଗୌଡ଼,ଅଞ୍ଜଳୀ ବେହେରା,ସୋନାଲି ବେହେରା,କାଜଲ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.