ଡିସେମ୍ବର ୧୦ ରେ ବିଶ୍ବ ମାନବ ଅଧିକାର ଦିବସ

0 1

ସଚେତନତାର ବାର୍ତ୍ତା ଦେବ ଆୟୋଗ

ଭୁବନେଶ୍ବର ,ତା‐ ୮.୧୨.୨୪: ମାନବ ଅଧିକାର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ “ବିଶ୍ବ ମାନବ ଅଧିକାର ଦିବସ” ଭାବେ ପାଳନ କରା ଯାଇଥାଏ, ଯାହା ପ୍ରତ୍ୟେକ ମାନବ ଜାତିର ସମ୍ମାନ, ମର୍ଯ୍ୟାଦା ଓ ଅଧିକାରର ଗୁରୁତ୍ୱ କୁ ଉପସ୍ଥାପିତ କରିଥାଏ । ଏହି କ୍ରମରେ ଆସନ୍ତା ଡିସେମ୍ବର ୧୦ ତାରିଖରେ ଓଡିଶା ମାନବ ଅଧିକାର ଆୟୋଗ ପକ୍ଷରୁ ଏହି ଦିବସକୁ ସ୍ମରଣୀୟ କରିବା ଊଦ୍ଦେଶ୍ୟରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ୧୦ ତାରିଖ ସନ୍ଧ୍ୟାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଓଡିଶା ହାଇକୋର୍ଟର ମୁଖ୍ୟ ନ୍ୟାୟାଧିଶ ମାନ୍ୟବର ଜଷ୍ଟିସ୍ ଶ୍ରୀ ଚକ୍ରଧାରୀ ଶରଣ ସିଂ, ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ଶ୍ରୀ ଶତୃଘନ ପୁଜାହାରୀ, ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମାନବ ଅଧିକାର ଆୟୋଗର ସଦସ୍ୟଗଣ ଏବଂ ଅନ୍ୟ ଉଚ୍ଚ ପଧାଧିକାରୀମାନେ ଯୋଗ ଦେବେ ବୋଲି ମାନବ ଅଧିକାର ଆୟୋଗର ରେଜିଷ୍ଟ୍ରାର ତଥା ଭାରପ୍ରାପ୍ତ ସଚିବ ଶ୍ରୀମତୀ ସ୍ବିଟି ସାମନ୍ତରାୟ ଅବଗତ କରାଇଛନ୍ତି ।

Leave A Reply

Your email address will not be published.