ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶନ 100 ବି ଇ ଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ବି.ଇ.ଓ ଜନକଲାଲ ମେହେର ଉଦ୍ଘାଟନ କରିଥିଲେ l ସମାପନ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମୟ ର ସଦୁପଯୋଗ ସହ କଠିନ ପରିଶ୍ରମ କରି ସହ ସମସ୍ତ ବିଷୟ ରେ 100 ନମ୍ବର ରଖି କୃତିତ୍ୱ ଅର୍ଜନ କରିବା ପାଇଁ ଆହ୍ବାନ ଦେଇଥିଲେ l ଏହି ଶିବିରରେ ପାଇକମାଳ ବ୍ଲକ ର 87 ଜଣ ଛାତ୍ର ଛାତ୍ରୀଙ୍କୁ 17 ଜଣ ସାଧନ କର୍ମୀ ପ୍ରଶିକ୍ଷଣ ଦେଇଥିଲେ l ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ କୁମାର ପଟ୍ଟନାୟକ ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଭୋଇ ନନ୍ଦଳାଲ ନାୟକ,ବଳରାମ ସାହୁ ତଥା ଶିକ୍ଷାବିତ୍ ସସ୍ମିତା ସାହୁ ଛାତ୍ର ଛାତ୍ରୀଙ୍କୁ 100 ରୁ 100 ଅଙ୍କ ରଖିବା ପାଇଁ ବିଭିନ୍ନ ସୂତ୍ର ଉପସ୍ଥାପନ କରିଥିଲେ l ସହଯୋଗ ରେ ବବିତା ବେହେରା,ସୁଦାମ ପାଣ୍ଡେ, ଲଳିତ କୁମାର ବିଶ୍ବାଳ,ନନ୍ଦିନୀ ସେଠ୍, ଅମିତ ସାହୁ,ଜଗବନ୍ଧୁ ସ୍ଵର୍ଣ୍ଣଲତା ସ୍ଵାଧୀନ ଏବଂ ତ୍ରିଲୋଚନ ନାୟକ ମଞ୍ଚ ପରିଚlଳନ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post