ଏ ବି ଭି ପି ର ବାଲେଶ୍ବର ବିଭାଗ ଅଭ୍ୟାସ ବର୍ଗ ଉଦ୍ଘାଟନ। ବା

0 1

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ହନୁମାନ ବାଟିକା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବାଲେଶ୍ଵର ବିଭାଗ ଅଭ୍ୟାସ ବର୍ଗ ଅନୁଷ୍ଟିତ ହୋଇ ଯାଇଛି। ଉକ୍ତ ଅଭ୍ୟାସ ବର୍ଗ କୁ ବାଲେଶ୍ଵର ବିଭାଗ ପ୍ରମୁଖ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା,ରାଜ୍ୟ ସମ୍ପାଦକ ଅର୍ଜିତ ପଟ୍ଟନାୟକ, ବିଭାଗ  ସଂଯୋଜକ ଶୁଭ୍ର ସମ୍ବିତ ନାୟକ, ବିଭାଗ ସହ ପ୍ରମୁଖ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ନାୟକ, ବିଭାଗ ସହ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ଉପସ୍ଥିତ ରହି ଉଦ୍ ଘାଟନ କରିଥିଲେ। ଉକ୍ତ କାର୍ଯ୍ୟ କର୍ମ ରେ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟା ପାର୍ବତୀ ମିଶ୍ର ଉପସ୍ଥିତ ଥିଲେ। ସଞ୍ଜୀବ ମହାରଣା ମଞ୍ଚ ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟ କର୍ମ ଦୁଇ ଦିନ ଧରି ଅନୁଷ୍ଟିତ ହେବାକୁ ଥିବା ବେଳେ ରବିବାର ସଂଧ୍ୟା ରେ ଉଦ୍ ଜାପାନୀ ହେବାର କାର୍ଯ୍ୟ କର୍ମ ରହିଛି। ଉକ୍ତ କାର୍ଯ୍ୟ କର୍ମ ରେ ଶତାଧିକ ବିଦ୍ୟାର୍ଥୀ ଦୁଇ ଦିନ ଧରି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.