ବାଲେଶ୍ଵର ଜିଲ୍ଲା ଖଇରା (ବୁଲୁ ଲେଙ୍କା) ଖଇରା ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରା ମଦ ଓ ଗୋଟେ ବାଇକ ସହ ତିନିଜଣ ଙ୍କୁ ଗିରଫ କରିଛି ।
ଖଇରା ଅବକାରୀ ଥାନା ଏସଆଇ ସୁରଜ କୁମାର ତିଗା ଙ୍କ ନେତୃତ୍ୱରେ ଏଏସଆଇ ଦୁର୍ଯ୍ୟୋଧନ ବେହେରା, ମହିଳା ଏଏସଆଇ ଦୀପିକା ପରିଡା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୁଆଗଢିଆ ଅଞ୍ଚଳ ରୁ ବେତଡା ଗ୍ରାମର ଯଦୁନାଥ ବେହେରା(୬୦),ଜାମଝାଡ଼ି ଅଞ୍ଚଳ ରୁ ରମେଶ ଚନ୍ଦ୍ର ଯେନା(୩୫),କୁପାରି ଅଞ୍ଚଳ ରୁ ମକୁରୁ ନାୟକ ଙ୍କୁ ଅବକାରୀ ବିଭାଗ ଗରିଫ କରିଛି । ମକୁର ନାୟକ ଙ୍କ ଠାରୁ ୮୦ ଲିଟର ମଦ ସହ ଏକ ବାଇକ ଜବଦ ହୋଇଛି । ଅନ୍ୟ ଦୁଇଜଣ ଙ୍କ ଠାରୁ ମଧ୍ୟ ଚୋରା ଦେଶୀ ବିଦେଶୀ ମଦ ଜବଦ ହୋଇ ଥିବାର ଜଣାଯାଇଛି ।ଏହି ଘଟଣାରେ ଯଥାକ୍ରମେ ଖଇରା ଅବକାରୀ ଥାନା କେଶ ନମ୍ବର ୧୯୯/୨୪,୨୦୦/୨୪ ଓ ୨୦୧/୨୪ ମୂଳେ କେଶ ରୁଜୁ ହୋଇଛି ।
Sign in
Sign in
Recover your password.
A password will be e-mailed to you.