ଭୁବନେଶ୍ୱର :-୨୦୨୪ ନଭେମ୍ବର ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଆଲିଗଡ଼ଠାରେ ଅନୁଷ୍ଠିତ ଜୁନିୟର ଜାତୀୟ ଖୋ ଖୋ ଚମ୍ପିଅନଶିପ୍-୨୦୨୪ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର (ଏଚ୍ ପିସି)ର ୧୧ ଜଣ ଆଥଲେଟ୍ ଓଡ଼ିଶାର ପ୍ରତିନିଧିତ୍ଵ କରିଥିଲେ। ଏହି ପ୍ରତିଯୋଗିତାରେ ଉଭୟ ଓଡ଼ିଶାର ବାଳକ ଓ ବାଳିକା ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିରନର୍ସଅପ୍ ହୋଇଥିଲେ। ଖୋ ଖୋ ପ୍ରତିଭାଙ୍କୁ ରାଜ୍ୟରେ ବିକଶିତ କରିବା ଏବଂ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେସଫଳ କରାଇବାରେ ସହାୟତା କରିବା ଦିଗରେ ଏହି କେନ୍ଦ୍ରର ପ୍ରତିବଦ୍ଧତାର ଏହା ଏକ ଉଦାହରଣ|
ଓଡ଼ିଶା ବାଳକ ଦଳରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋହାଇ ପରଫର୍ମାନ୍ସ ସେଣ୍ଟରର ସୁନୀଲ ପାତ୍ର, କୁନା ବେହେରା ଓ ଯଶୱନ୍ତ ଯାଦବ ସାମିଲ ଥିବା ବେଳେ ଓଡ଼ିଶା ବାଳିକା ଦଳରେ ଅର୍ଚ୍ଚନା ପ୍ରଧାନ, ହରପ୍ରିୟା ଭୂୟାଁ, ସବିତା ମୁର୍ମୁ, ବାସନ୍ତୀ ନାଗ, ଲିସାରାଣୀ ରାଇତା, ଆଶିକା କୁଜୁର, କେ.ରାମ୍ୟା ଓ ଶୁଭଶ୍ରୀ ମଲ୍ଲିକ ସାମିଲ ଥିଲେ|ଏହି ଆଥଲେଟ୍ ମାନେ ନିଜ ପ୍ରଦର୍ଶନ ମାଧ୍ୟମରେ ସେମାନଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମକୁ ପ୍ରତିପାଦିତ କରିଥିଲେ|
ଟୁର୍ଣ୍ଣାମେଣ୍ଟର ଅନ୍ୟ ଏକ ଆକର୍ଷଣ ଲିସାରାଣୀ ରାଇତାଙ୍କ ପ୍ରଦର୍ଶନ ଥିଲା, ଯାହା ତାଙ୍କୁ ସମ୍ମାନଜନକ ବେଷ୍ଟ ଆଟାକର ଆୱାର୍ଡ଼ ପ୍ରଦାନ କରିଥିଲା | ଏହି ପୁରସ୍କାର ଜିତିବା ପରେ ୧୪ ବର୍ଷୀୟା ଲିସାରାଣୀକହିଛନ୍ତି ଯେ “ଜାତୀୟ ସ୍ତରରେ ମାନ୍ୟତା ପାଇଏକ ସ୍ୱପ୍ନ ସତ ହେବା ଭଳି ଅନୁଭବ ହେଉଛି । ଏହା ମୋର କୋଚ୍, ମୋ ସାଥୀ ଖେଳାଳି, ମୋ ପରିବାର ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆରୁ ପାଇଥିବା ସମର୍ଥନକୁ ଦର୍ଶାଉଛି । ମୁଁ ଆଶା କରୁଛି ଯେ, ଏହି ସଫଳତାମୋତେ ଆଗକୁ ବଢିବାରେ ସହାୟତା କରିବା ସହିତ ମୋତେ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରିବ। ନିଜ ତାଲିମ ଓ ପ୍ରଦର୍ଶନକୁ ସୁଦୃଢ଼ କରିବା ପାଇଁ ଲିସାରଣୀ ୨୦୨୪ ଜୁନ୍ ମାସରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟରରେ ଯୋଗ ଦେଇଥିଲେ|
ଓଡ଼ିଶା ସରକାର ଖୋ ଖୋ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍ ପିସି)ର ଭିତ୍ତିଭୂମି ସୃଷ୍ଟି ଓ ରକ୍ଷଣାବେକ୍ଷଣ କରୁଥିବା ବେଳେଏଏମ୍/ଏନ୍ଏସ୍ ଇଣ୍ଡିଆ ଏଚ୍ ପିସି ପରିଚାଳନା ଓ ଖୋ ଖୋ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା ଦାୟିତ୍ବ ନିର୍ବାହ କରୁଛି । ଏହା ସହିତଏହି କେନ୍ଦ୍ର ଖୋ ଖୋ କ୍ରୀଡ଼ାପାଇଁ ପ୍ରଶିକ୍ଷିକମାନଙ୍କର ବିକାଶ ସହିତସେମାନଙ୍କୁ ସାର୍ଟିଫିକେଟ୍ମଧ୍ୟ ପ୍ରଦାନ କରୁଛି । ଓଡ଼ିଶାର ଖୋ ଖୋ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଏହି କ୍ରୀଡ଼ାରେ ପ୍ରତିଷ୍ଠିତକରିବା ଏହି କେନ୍ଦ୍ର ର ମୂଳ ଲକ୍ଷ୍ୟ।
Sign in
Sign in
Recover your password.
A password will be e-mailed to you.