ସରକାରଙ୍କ ବରିଷ୍ଠ  ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ମୟୂରଭଞ୍ଜରୁ ୧୨୪ ସାମିଲ

0

ବାରିପଦାରୁ ଦିଲ୍ଲୀପ ମହାନ୍ତି – ଓଡ଼ିଶା ସରକାରଙ୍କ ବରିଷ୍ଠ  ତୀର୍ଥ ଯାତ୍ରା ଯୋଜନାରେ ମୟୂରଭଞ୍ଜ ବରିଷ୍ଠ ତୀର୍ଥ ଯାତ୍ରୀ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଦମକଳ କେନ୍ଦ୍ର ନିକଟରେ ଥିବା ଆଶ୍ରୟସ୍ଥଳୀ ପରିସରରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଜିଲାପାଳ ସୁରେନ୍ଦ୍ର କୁମାର ମୀନା ପତାକା ହଲାଇ ଏହି ବରିଷ୍ଠ ନାଗରିକ ଯୋଜନା-୨୦୧୭ରେ ଭୂବନେଶ୍ୱରରେ ସାମିଲ ହେବାକୁ ଯାଉଥିବାବରିଷ୍ଠ ତୀର୍ଥ ଯାତ୍ରାକୁ ଜିଲାରୁ ଶୁଭାରମ୍ଭ କରିବା ସହିତ ସେମାନଙ୍କୁ ଶୁଭେଚ୍ଛାଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକ, ଜିଲା ପର୍ଯ୍ୟଟନ ଅଧିକାରୀ ମନୋରଞ୍ଜନ ମହାପାତ୍ର, ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିବେକାନନ୍ଦ ସାହୁ, ଜିଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖଙ୍କ ସମେତ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ବରିଷ୍ଠ ତୀର୍ଥଯାତ୍ରୀମାନଙ୍କୁ ଉତ୍ସାହିତ କରଇଥିଲେ । ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଆସୁଥିବା ବରିଷ୍ଠ ତୀର୍ଥଯାତ୍ରା ଯୋଜନାରେ ଜିଲାରେ ବିଶେଷକରି ବିପିଏଲ ତାଲିକାଭୁକ୍ତ ପରିବାରର ବରିଷ୍ଠ ନାଗରିକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସମସ୍ତ ପ୍ରକାରର ସୁବିଧାସୁଯୋଗ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଉକ୍ତ ଯୋଜନାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୋଗ ଦ୍ୱାରା ଜିଲାରୁ ୧୨୪ ଜଣ ବରିଷ୍ଠ ନାଗରିକମାନଙ୍କୁ ଚୟନ କରାଯାଇଛି । ଏମାନଙ୍କ ମଧ୍ୟରେ ୬୧ ଜଣ ପୁରୁଷ ଓ ୬୩ ଜଣ ମହିଳା ତୀର୍ଥ ଯାତ୍ରୀମାନଙ୍କୁ ଧରି ବାରିପଦାରୁ ୩ଟି ବସ ଭୂବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଓ ସେଠାରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ୮ ଦିନ ନିମନ୍ତେ ଆଜମେର, ପୁଷ୍କର ଆଦି ବିଭିନ୍ନ ତୀର୍ଥସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.