ଶାସକ ପ୍ରଶାସକ/ ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଗଣ ପର୍ବ ମଣ୍ଡେଇ୨୦୨୪ ଶୁକ୍ରବାର ଦିନ ବହୁ ଆଡମ୍ବର ସହିତ ଉଦଘାଟିତ ହୋଇଯାଇଛି | ଉଦଘାଟନି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡକ୍ଟର ଶୁଭଂକର ମହାପାତ୍ର ପ୍ରଥମେ ଭଣ୍ଡାରଘରଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲା ପରେ ପାରମ୍ପରିକ ରୀତିନୀତି ରେ ମଶାଲ ପ୍ରଜ୍ଵଳିତ କରାଯାଇଥିଲା | ଉଦଘାଟନି ଉତ୍ସବ ରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ଅଞ୍ଚଳ ରୁ ଆସିଥିବା ପାରମ୍ପରିକ ନୃତ୍ୟ ସିଂହ ବଜା, ପାଇକ ଆଖଦ, ବାଲି ଚାଙ୍ଗୁଡା ଓ ଢୋଲ, ଲାଠି କୁର୍ଚି, ଭୀମ ଭୀମଣି, ଘଣ୍ଟ ଶଙ୍ଖ, ଢେମସା, ମାଟି ମନ୍ଦାର, ଖୁଟ ମନ୍ଦାର, ଖଟଲା ବଜା, ରାମ ଲୀଳା, ମାଦଳ ବଜା, ଗୋତି ବଜା, ବାନା ବାଡି, ମାଦଳି, ଘୁମୁରା, ଅଲେଖ ଲୀଳା, କଂଶ ବଦ୍ଧ, ମାଢିଆ, ସଂକୀର୍ତନ, ଧାଙ୍ଗଡି ନାଚ, ପେଟା ପରଶୁ, ହଁସ ନାଟ, ଶବର ଲୀଳା, ଦଣ୍ଡାରୀ, ରେନଯୋଡି, ଗୋରଣ୍ଡୀ ଇତ୍ୟାଦି ସହିତ ପାରମ୍ପରିକ ବାଦ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶୋଭା ଯାତ୍ରା ଭଣ୍ଡାରଘରଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ନବରଙ୍ଗପୁର ସହର ପରିକ୍ରମା କରି ମଣ୍ଡେଇ ପଡିଆ ଠାରେ ପହଞ୍ଚିଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ଓଡ଼ିଶା ସରକାର, ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ବରେଣ୍ୟ ଅତିଥି ମାନ୍ୟବର ସାଂସଦ ରାଜ୍ୟସଭା ଶ୍ରୀଯୁକ୍ତ ମୁଜ୍ଜିବୁଲ୍ଲା ଖାନ, ମାନ୍ୟବର ବିଧାୟକ ଡାବୁଗାଁ ଶ୍ରୀଯୁକ୍ତ ମନୋହର ରନ୍ଧାରି, ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରି ଶଙ୍କର ମାଝି, ମାନ୍ୟବର ବିଧାୟକ ଝରିଗାଁ ଶ୍ରୀଯୁକ୍ତ ନରସିଂହ ଭତ୍ରା, ମାନ୍ୟବର ପୌରପାଳିକା ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନୁ ନାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ (ରାଜସ୍ଵ), ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରବାନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲାର ସମସ୍ତ ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନବରଙ୍ଗପୁର, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲାକା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଅନୁସୂଚିତ ଜାତି ଓ ଜନଜାତି ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜରୁରୀ କାଳୀନ ବିଭାଗ ହିମାଂଶୁ ଶେଖର ପଟ୍ଟନାୟକ, ଓଡ଼ିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜି ସାହୁ, ନିର୍ବାହୀ ଅଧିକାରୀ ପୌରପାଳିକା ନବରଙ୍ଗପୁର ସମରେଶ ମହାନ୍ତି, ବଣିକ ସଂଘର ସଭାପତି କାହ୍ନୁ ଦାସ ଙ୍କ ସହିତ ଜିଲ୍ଲା ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ | ଏଥିସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର, ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉକ୍ତ ଶୋଭାଯାତ୍ରା ରେ ବାହାରି ମଣ୍ଡେଇ ପଡିଆ ଠାରେ ପହଞ୍ଚିଥିଲେ | ଶୋଭାଯାତ୍ରା ରେ ମଶାଲ ସମେତ ପ୍ରତୀକ ଦେବୀ ଲାଠି, ଚୌକି, ବାଲି ବିହନ ଚାଙ୍ଗୁଡି, ପ୍ରତୀକ ଭୀମ ଭିମାଣି, ପାରମ୍ପରିକ ଢେମଶା, ସାଇଲଡି, ବିଭିନ୍ନ ପାରମ୍ପରିକ ବାଜା ଧ୍ୱନି ତାଳ ଦ୍ବାରା ନବରଙ୍ଗପୁର ସହର ର ମୁଖ୍ୟ ରାସ୍ତା ଦୁଲକି ଥିଲା | ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ର ବ୍ୟବସ୍ଥା କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.