ଲଗାତାର ଚୋରି ଯୋଗୁଁ ବିଲୁପ୍ତ ହେବାକୁ ଯାଉଛି ଶିକ୍ଷାନୁଷ୍ଠାନ

0

ଢ଼େଙ୍କାନାଳ/ରବିନ୍ ଦାସ; ସମସ୍ତେ ଶିକ୍ଷିତ ହେଲେ ଦେଶର ସବୁ କ୍ଷେତ୍ରରେ ବିକାଶ ସହଜ ହୋଇଥାଏ । ସେଥିପାଇଁ ବର୍ତ୍ତମାନ ସୁଦ୍ଧା ସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ବାର୍ତ୍ତା ଏବେବି କାନରେ ଗୁଞ୍ଜରିତ ହେଉଛି । ହେଲେ ସେସବୁ ଆଜି ମୁଲ୍ୟହୀନ ହେବାକୁ ବସିଛି । ଯାହାର ଜ୍ଵଳନ୍ତ ଉଦାହରଣ ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମରେ ଦେଖିବାକୁ ମିଳିଛି । ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାରମ୍ବାର ଚୋରିର ଶିକାର ହେଉଛି । ଦୈନିକ କବାଟ ଝରକା ଆଦି ବହୁମୁଲ୍ୟ ସାମଗ୍ରୀ ଚୋରି ହେବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ କମ୍ପ୍ୟୁଟର ଘର ଝରକା ଭାଙ୍ଗି ଏକ ମୁଲ୍ୟବାନ CPU ଚୋରି ହୋଇଯାଇଛି । ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରୁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଦୀର୍ଘ ୪/୫ ବର୍ଷ ହୋଇଯିବ ଲଗାତାର ଭାବେ ଏହିଭଳି ଚୋରି ହେଉଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ କୋୖଣସି ସୁଫଳ ମିଳିନଥିବା ପ୍ରଧାନଶିକ୍ଷକ କୁହନ୍ତି । ତେବେ ଶିକ୍ଷାନୁଷ୍ଠାନ ରକ୍ଷା ନିମନ୍ତେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି । ଦେଖିବାକୁ ବାକି ରହିଲା ସ୍ଥାନୀୟ ପୋଲିସ ପକ୍ଷରୁ ଏ ଚୋରି ନେଇ ତଦନ୍ତ କିଭଳି ଭାବେ ସଫଳ ହେଉଛି ।

Leave A Reply

Your email address will not be published.