ଭିଜିଲାନ୍ସ ଜାଲରେ ଏସିଏଫ : ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଏକକାଳୀନ ୯ ଗୋଟି ସ୍ଥାନରେ ରେଡ୍

0

ବିଜେପୁର /ସୁଶାନ୍ତ ସାହୁ ସମ୍ବଲପୁର ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରେ ଚାଲିଛି ଜୋରଦାର ଚଢାଉ । ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ସମ୍ବଲପୁରର ୭ଟି ଓ ବରଗଡ଼ର ୨ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ସେହିପରି ବରଗଡ଼ ପଦ୍ମପୁରରେ ଥିବା ଘର ଓ ବିଜେପୁର ବଳଣ୍ଡା ରେ ଥ‌ିବା ପୈତୃକ ଘରେ ମଧ୍ୟ ଶୁକ୍ରବାର ସକାଳ ୧୧ ଯାଏଁ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି । ଏହି ଚଢ଼ାଉରେ ତିନିଜଣ ଡିଏସପି , ଦଶଜଣ ଇନ୍ସପେକ୍ଟର ଓ ଅନେକ ଭିଜିଲାନ୍ସ ଅଧୂକାରୀ ସାମିଲ ଅଛନ୍ତି

Leave A Reply

Your email address will not be published.