ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି।
ଏହି ଦିବସରେ ଶ୍ରୀ ଏ.ରାମ ପ୍ରସାଦ ପାତ୍ର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଜପତିଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ବୈଠକରେ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଜିଲ୍ଲାପାଳ ଗଜପତି , ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ଶ୍ରୀ ସୁରେଶ କୁମାର ପଟ୍ଟନାୟକ , ପ୍ରକଳ୍ପ ନିର୍ଦ୍ଦେଶକ , ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଗଜପତି , ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଉପନିର୍ଦ୍ଦେଶକ ଉଦ୍ୟାନ ଗଜପତି , ଶ୍ରୀ ରବିନ୍ଦ୍ର କୁମାର ଆଢେକେ , ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଗଜପତି , ଶ୍ରୀ ସଂଗ୍ରାମ ପରମଗୁରୁ , କେବିକେ , ବରିଷ୍ଠ ବୈଜ୍ଞାନିକ , କୃଷି ବିଜ୍ଞାନ କେନ୍ଦ୍ର ଆର୍.ଉଦୟଗିରି ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ଅବସରରେ ଆୟୋଜିତ ସଭାରେ ମୃର୍ତ୍ତିକାର ଯତ୍ନ , ପରିମାପ , ପର୍ଯ୍ୟବେକ୍ଷଣ , ପରିଚାଳନା ବିଷୟ ରଖାଯାଇଥିଲା ଏବଂ ମୃତ୍ତିକା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଉପସ୍ଥିତ ଚାଷୀଙ୍କୁ ଦିଗ୍ ଦର୍ଶନ ଦିଆଯାଇଥିଲା। ମୃତ୍ତିକାର ସୁରକ୍ଷା , ମୃତ୍ତିକାର ସ୍ଵାସ୍ଥ୍ୟକାର୍ଡ ଆବଶ୍ୟକତା , ବିନିଯୋଗ ମୃତ୍ତିକା ସଂରକ୍ଷଣ ଏବଂ ମୃତ୍ତିକା ପରୀକ୍ଷା ଉପରେ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ସବୁକୁ ସଠିକ୍ ଭାବେ କାର୍ଯ୍ୟକାରୀ କରି ଚାଷୀମାନେ କିଭଳି ଭାବେ ଅଧିକରୁ ଅଧିକ ଶସ୍ୟ ଉତ୍ପାଦନ କରିପାରିବେ ସେ ସଂପର୍କରେ ଆଲୋଚନା କରଯାଇଥିଲା। ମୃତ୍ତିକା ସଂରକ୍ଷଣ ରଖିବାକୁ ହେଲେ ସମସ୍ତ ଜନସାଧରଣ ଏକତା ହଇ ଗଛ ଲଗାଇବା ଓ ପଲିଥିନ୍ ବ୍ଯବହାର ନ କରିବା ପାଇଁ ଆହାନ ଦିଆଯାଥିଲା।
ଏହି ଅବସରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଜିଲ୍ଲାର ୮ ଜଣ କୃଷକଙ୍କୁ ମୃତ୍ତିକା ସଂରକ୍ଷଣ ନିମନ୍ତେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀ ସମେତ ସମସ୍ତ ବ୍ଲକର କୃଷି ଅଧିକାରୀ ଓ ବିଭିନ୍ନ ପଞ୍ଚାୟତର ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ସୁରୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.