ଖରମୁଣ୍ଡା ଠାରେ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ଓ ମାନସିକ ରୋଗ ସଚେତନତା ରଥ କୁ ଶୁଭାରମ୍ଭ କଲେ ଡ଼ା. ସୁଶାନ୍ତ ମେହେର

0

ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଆୟୁଷ୍ମାନ ଆରୋଗ୍ୟ ଶିବିର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖରମୁଣ୍ଡା ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଓ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ ବରଗଡ଼ ପକ୍ଷରୁ ଏକ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବଲାଙ୍ଗିର ମେଡିକାଲ କଲେଜର ମାନସିକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପ୍ରବୀଣ କୁମାର ସାହୁ ତଥା ଜିଲ୍ଲା ମାନସିକ ରୋଗୀ ସେବକଫକିର ମୋହନ ବାଗ, ଯଶୋବନ୍ତ ରଣବୀର କ୍ଲିନିକାଲ ସାଇକ୍ଲୋଲୋଜିଷ୍ଟ,ବବୁନ କୁମାର ସାହୁ ଗୋଷ୍ଠୀ ପର୍ଯ୍ୟବେକ୍ଷକ ଯୋଗଦେଇ ମାନସିକ ରୋଗର ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କ ମାଗଣାରେ ଚିକିତ୍ସା କରିଥିଲେ।ଏହା ପୂର୍ବରୁ ଗତ ତା ୦୩.୧୨.୨୦୨୪ ରିଖରେ ଏକ ପ୍ରଚାର ଗାଡ଼ି ମାଧ୍ୟମରେ ବିଜେପୁର ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମରେ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ସର୍ବମୋଟ ୨୦ ଜଣ ରୋଗୀଙ୍କ ଚିକିତ୍ସା କରିବା ସହ ମାଗଣା ଔଷଧ ବିତରଣ କରାଯାଇଥିଲା।ଭାବବେଗରେ ପରିବର୍ତ୍ତନ, ଶାରିରୀକ ଦୁର୍ବଳତା, ନିରାଶପଣ, ନିଜକୁ ଦୋଷାରୋପ କରି ବାହୁନବା ,ମନେମନେ କଥା ହେବା,ନିଦ୍ରାହୀନତା, ଶୂନ୍ୟବାଣୀ ଶୁଣିବା,ଭୟ କରିବା, ମାନସିକ ଅନଗ୍ରସର, ପାରିବାରିକ ଓ ଯୈାନ ସମସ୍ୟା,ଏକାପଣ,ହିଂସା ତଥା ଆତ୍ମହତ୍ୟା ପ୍ରବଣତା ଭଳି ମାନସିକ ଲକ୍ଷଣ ଦେଖାଗଲେ ଯଥାଶୀଘ୍ର ନିକଟସ୍ଥ ଆଶା ଦିଦି, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ଯୋଗାଯୋଗ କରି ଏହାର ଚିକିତ୍ସା କରିବା ପାଇଁ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ସୁଶାନ୍ତ ମେହେର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ. ସୈାମ୍ୟରଞ୍ଜନ ଦାସ ମତବ୍ୟକ୍ତ କରିଥିଲେ।

ଉକ୍ତ ଆୟୋଜିତ ଶିବିରରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ ଅଞ୍ଚଳର ସମସ୍ତ ଆଶା ଦିଦି, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ତଥା ସି,ଏଚ,ଓ ଙ୍କୁ ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଚିକିତ୍ସା ପାଇଁ ପ୍ରେରଣ କରିବା ସକାଶେ ଉତ୍ସାହିତ କରିଥିଲେ।ବିପିଏମ ବିଜୟ କୁମାର ସରାପ ଶିବିରକୁ ସଂଚାଳନ କରିଥିଲେ।ଏ ପରିପ୍ରେକ୍ଷୀରେ ଆୟୁଷ ଡା.ଲିଙ୍ଗରାଜ ଦାସ,ଏସଟିଏସ ଦେବାଶିଷ ଦେବତା,ବିଡିଏମ ନାରାୟଣ ପାଢ଼ୀ,ବିଏଏମ ବାଲଗୋପାଳ ପଣ୍ଡା,ଏମପିଏଚଏସ ରଣଜିତ ବେହେରା, ଫାର୍ମାସିଷ୍ଟ ଅନିଲ ପ୍ରଧାନ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା କବିତାଞ୍ଜଳୀ ଦାଶ, ସି.ଏଚ.ଓ  ରଞ୍ଜିତା କୁଜୁର, ଏଲ.ଟି ରାଜେଶ ପ୍ରଧାନ, ଫାର୍ମାସିଷ୍ଟ ବିଜିତା ମିଶ୍ର, ଦିପକ କୁମାର ଷଣ୍ଢ, ହିଂମାଶୁ ଶେଖର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.