ଚିତ୍ରକୋଟ ର ମିନିଷ୍ଟାଡ଼ିଅମ ରେ ଆନ୍ତରାଜ୍ୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ.

0

ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମ୍ମା ପଂଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମର ମିନି ଷ୍ଟାଡିୟମ ଠାରେ ଚଳିତ ମାସ ୧ ତାରିଖ ରୁ ଚାଲିଥିବା ଆନ୍ତରାଜ୍ୟ ଫୁଟବଲ ଟୁର୍ନାମେଣ୍ଟ ର ପଞ୍ଚମ ଦିବସରେ ରାୟପୁର ଓ କଳାହାଣ୍ଡି ଦଳ ମଧ୍ୟରେ ସଂଘର୍ଷପୁର୍ଣ ମ୍ୟାଚ ହୋଇଥିଲା ! ଉଭୟ ଦଳ ର ପେନାଲସୁଟ ଆଉଟ ରେ କଳାହାଣ୍ଡି ଦଳ ରାୟପୁର ଦଳକୁ ପରାସ୍ତ କରି ବିଜୟୀ ହାସଲ କରିଛି ଏହି ଟୁର୍ନାମେଣ୍ଟ ଖେଳ ଜୟପୁର,ଜଗଦଲପୁର,ଦାମନଯୋଡି,ଚିତ୍ରକୋଟ, ବଲାଙ୍ଗୀର,ନବରଙ୍ଗପୁର,ରାୟପୁର ଓ କଳାହାଣ୍ଡି ଦଳ କୁ ସାମିଲ କରାଯାଇଛି ! ଟୁର୍ନାମେଣ୍ଟ ଉଦଘାଟନ ଦିବସରେ ନବରଙ୍ଗପୁର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ ! ଉଦ୍ଘାଟନୀ ଦିବସରେ ଜଗଦଲପୁର ଏବଂ ଜୟପୁର ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା !

ପଞ୍ଚମ ଦିବସ ମ୍ୟାଚରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଯୁବ ସମାଜସେବୀ ଗୋଲକ ମାଝି ଓ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ସଂଗଠନ ମୁଖ୍ୟ ତଥା ସମାଜସେବୀ ଅଖିଳ ଭତରା ଉପସ୍ଥିତ ଥିବାବେଳେ ସମ୍ମାନୀୟ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର ବୁଡେକ,ସୁମିତ ପାଳ,ଶକ୍ତି ପ୍ରସାଦ ପାତ୍ର,କାଁହୁ ସିଂ ସାଧୁ ବାବୁଲା ନାୟକ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ ! ଉଭୟ ରାୟପୁର ଓ କଳାହାଣ୍ଡି (ବେନେର)ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ହୋଇଥିବା ବେଳେ ୧-୧ ଗୋଲରେ ଟାଇଅଫ ହୋଇଥିଲା ! ଶେଷରେ କଳାହାଣ୍ଡି ବେନେର ଦଳ ରାୟପୁର ଦଳକୁ ପେନାଲଟିକ ସୁଟ ଆଉଟରେ ପରାସ୍ତ କରି ବିଜୟୀ ହାସଲ କରିଛି ! ସଞ୍ଜୟ କୁମାର ଜେନା ରିଫେରୀ ଦାୟିତ୍ୱ ତୁଲାଇ ଆଜିର ଖେଳ ପରିଚାଳନା କରିଥିବା ବେଳେ ସମୀର,ବିଙ୍କୁ ଦାୟିତ୍ୱ ରେ ଥିଲେ ! ଲିଙ୍ଗରାଜ ଖୁରା ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ ! ଚିତ୍ରକୋଟ ଟୁର୍ନାମେଣ୍ଟ କମିଟି ସଭାପତି ତ୍ରିପତି ପୂଜାରୀ,ଉପ ସଭାପତି ରାଜେନ୍ଦ୍ର ସୁନା,ସମ୍ପାଦକ ନାହୁଁରାଜ ଭତରା,କୋଷାଧକ୍ଷ ସଭ୍ୟ ମାନସ ଖୁରା ଙ୍କ ସମେତ ଜେମ୍ସ ଗରଡ଼ା,କାଁହୁ ସିଂ ସାଧୁ,ଲାଲୁ ବାଘ ଏବଂ ଚିତ୍ରକୋଟ ଯୁବଗୋଷ୍ଟି ଆୟୋଜନ କରୁଛନ୍ତି ! ଏହି ଅଞ୍ଚଳର ବହୁ ଖେଳ ପ୍ରେମୀ ଯୋଗ ଦେଇ ଖେଳ ଉପଭୋଗ କରିଥଲେ l

Leave A Reply

Your email address will not be published.