ବିଜେପୁର/ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଠାରେ ଥିବା ୟୁନିଅନ ବ୍ୟାଙ୍କ ରେ ଏହି ଅଞ୍ଚଳର ଚାଷୀ ମାନେ ସେଭିଂ ଆକାଉଣ୍ଟ ଖୋଲିଥିଲେ ଏଵଂ ଚାଷ କାର୍ଯ୍ୟ ପାଇଁ ଋଣ ଉଠାଇଥିଲେ । ଯାହାକି ଚଳିତ ବର୍ଷ ତାର ରିନୁଏଲ୍ ହେବାର ଥିଲା ଯାହାକୁ ନେଇ ବ୍ୟାଙ୍କ କତୃପକ୍ଷ ଚାଷୀଙ୍କ ଆକାଉଣ୍ଟ କୁ ହୋଲ୍ଟ କରିଦେଇଛନ୍ତି ଫଳରେ ଟଙ୍କା ଲେଣ ଦେଣ ହୋଇପାରୁନାହିଁ । ସେପଟେ ଧାନ ଅମଳ ସମୟ ଧାନ ମଣ୍ଡିରେ ପକାଇଲେ ଋଣ ରିନୁଏଲ କରିବା ପାଇଁ ବ୍ୟାଙ୍କ ମ୍ୟାନେଜର ଙ୍କୁ ତାଳପଦର ର ଚାଷୀ ବିବେକାନନ୍ଦ ପଧାନ, ବିବୁନ ସାହୁ, ନିଶାମଣି ପଧାନ, ଦେବାଶିଷ ପଧାନ,ରମେଶ ପଧାନ, ମହେନ୍ଦ୍ର ପଧାନ ଓ ଗ୍ରାମର ଅନେକ ଚାଷୀ ଦାବୀ ପତ୍ର ଗୁରୁବାର ଅପରାହ୍ନ ୩ଟା ପାଖାପାଖି ରେ ପ୍ରଦାନ କରିଛନ୍ତି
Sign in
Sign in
Recover your password.
A password will be e-mailed to you.