ବିଜେପୁର ଓ ସୋହେଲା ଅଞ୍ଚଳ ର ଚାଷୀ ମାନଙ୍କ ବୈଠକ ଅନୁଷ୍ଠିତ

0

 https://youtu.be/41-F8d0KJhM

ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ଅନ୍ତର୍ଗତ ତାଳପଦର ପଂଚାୟତ କାର୍ଯ୍ୟାଳୟ ପରିସରରେ ସମଗ୍ର ବିଜେପୁର ଓ ସୋହେଲା ଅଞ୍ଚଳ ର ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ସଂଯୁକ୍ତ କୃଷକ ସାଙ୍ଗଠନ ର ଚାଷୀ ନେତା ରମେଶ ମହାପାତ୍ର ଙ୍କ ଉପସ୍ଥିତ ରହି ଚାଷୀମାନଙ୍କୁ ବର୍ତ୍ତମାନ ପରିସ୍ଥିତି ର ଚାଷୀ ସମସ୍ୟା ସମାଧାନ ଉପରେ ଆଲୋକପାତ କରିଥିଲେ l ଏଥିରେ ବରଗଡ ଜ଼ିଲ୍ଲା ବିଭିନ୍ନ ଅଞ୍ଚଳରୁ ପ୍ରାୟ ୮ଟି କୃଷକ ସଂଗଠନ ଚାଷୀ ମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏଥିରେ ମଣ୍ଡି ସମସ୍ୟା, ଇନପୁଟ ସବସିଡି, ଚଳିତ ବର୍ଷର ଫସଲବୀମା ଉପରେ ଆଲୋଚନା କରି ତା ଉପରେ ଅନେକ ଚାଷୀ ତାଙ୍କର ମତବ୍ୟନ୍ତ କରିଥିଲେ l ଶେଷରେ ଯୁବ ଚାଷୀ କ୍ଷୀରୋଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.