ବିସ୍ପୋରକ କାରଖାନା ଜମି ଅଧିଗ୍ରହଣ କୁ ପ୍ରବଳ ବିରୋଧ

0

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିସ୍ପୋରକ କାରଖାନା ବା ବାରୁଦ କାରଖାନା ନିମନ୍ତେ ଏକ କମ୍ପାନୀର ଜମି ଅଧିଗ୍ରହଣ ପ୍ରକ୍ରିୟା କୁ ସ୍ଥାନୀୟ ଗ୍ରାମବାସୀ ପ୍ରବଳ ବିରୋଧ କରିଛନ୍ତି।
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ କଡୁତାଇ ପଞ୍ଚାୟତ ର ଘାଟିପଲ୍ଲୀ ଗ୍ରାମରେ ୧୮୬.୯୮୮ ଏକର ଘରୋଇ ଜମିରେ ସିଡିଇଟି ନାମକ ଏକ ସଂସ୍ଥା ଦ୍ଵାରା ଏକ ବାରୁଦ କାରଖାନା କରିବା ନିମନ୍ତେ ପ୍ରସ୍ତାବ ରହିଛି। ଏଥି ସକାଶେ ଘାଟିପଲ୍ଲୀ ଓ ଲଣ୍ଡେଇହିଲ୍ ଅଞ୍ଚଳରେ ଇଡକୋ ପକ୍ଷରୁ ଜମି ଦଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ର ଷ୍ଟାର୍ ନାମକ ଏକ ଅନୁଷ୍ଠାନ ଏହାର ସର୍ବେକ୍ଷଣ ଦାୟିତ୍ୱ ନେଇ ବିଭିନ୍ନ ସମୟରେ ଆସି ଉକ୍ତ ଅଞ୍ଚଳ ବାସିନ୍ଦା ଙ୍କ ବିଭିନ୍ନ ଡକ୍ୟୁମେଣ୍ଟ ନେବା ସହିତ ଲୋକଙ୍କୁ ଡରାଉଥିବା ଅଭିଯୋଗ ହୋଇଛି। ସୁଚନା ମୁତାବକ କିଛି ଦିନ ତଳେ ଏହି ସଂସ୍ଥାର ତିନି ଜଣ କର୍ମଚାରୀ ଆସି ଲୋକଙ୍କୁ ଡକାଇ ଗୋଷ୍ଟି ଆଲୋଚନା କରିବାକୁ ଚେଷ୍ଟା ଚଳାଉଥିବା ବେଳେ, ଏହି ଖବର ପାଇ ପାଞ୍ଚ ଖଣ୍ଡ ପଞ୍ଚାୟତର ଶହ ଶହ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଏହି କାରଖାନା ନିର୍ମାଣକୁ ବିରୋଧ କରିଥିଲେ। ଷ୍ଟାର୍ ଅନୁଷ୍ଠାନର କର୍ମଚାରୀ ଙ୍କ କଥାବାର୍ତ୍ତା ରେ ସନ୍ଦେହ ହେବାରୁ ତିନି କର୍ମଚାରୀଙ୍କୁ ଗ୍ରାମବାସୀ କଟକ ରଖିଥିଲେ। ପରେ ଜଗନ୍ନାଥପ୍ରସାଦ ତହସିଲଦାର ଓ ତାରସିଂ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଟକ ତିନି ବ୍ୟକ୍ତିଙ୍କୁ ଗ୍ରାମବାସୀ ଙ୍କ କବଳରୁ ଉଦ୍ଧାର କରିଥିଲେ। ସର୍ଭେ କୁ ଜାରି ରଖିବା ପାଇଁ ତହସିଲଦାର ଉପସ୍ଥିତ ଗ୍ରାମବାସୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ। ହେଲେ ଏହାକୁ ଲୋକେ ଗ୍ରହଣ କରିନଥିବା ଜଣାପଡିଛି। ପ୍ରତିବଦଳ ରେ ପ୍ରତି ଗ୍ରାମରେ ଏହାକୁ ବିରୋଧ କରାଯିବ ବୋଲି ଗ୍ରାମବାସୀମାନେ ଚରମ ବାଣୀ ଶୁଣାଇଥିବା ଜଣାପଡିଛି। ଗ୍ରାମବାସୀଙ୍କ କହିବାନୁଯାୟୀ, ଏହି ସ୍ଥାନରେ ଉକ୍ତ ଅଞ୍ଚଳର ଜନସାଧାରଣ ମାଣ୍ଡିଆ, ମୁଗ, କାଜୁ, ଆଦି ଚାଷ କରି ଜୀବିକା ନିର୍ବାହକରୁଥିବା ବେଳେ ଏଠାରେ ବାରୁଦ କାରଖାନା କୁ ଆଦୈ।ଁ ପ୍ରଶ୍ରୟ ଦିଆଯିବ ନାହିଁ। ଏହାକୁ ବନ୍ଦ୍ କରିବା ପାଇଁ ପ୍ରାୟ ୫ ମାସ ପୂର୍ବରୁ ଅଞ୍ଚଳବାସୀ ତହସିଲଦାର, ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିବା ପ୍ରକାଶ କରିଛନ୍ତି। ବିସ୍ପୋରକ ଓ ବିସ୍ପୋଟକ ସାମଗ୍ରୀ କାରଖାନା ନିର୍ମାଣ ହେଲେ ଏହି ଅଞ୍ଚଳରେ ପରିବେଶ ପ୍ରଦୂଷିତ ହେବା ସହ ପାଞ୍ଚଖଣ୍ଡ ଗ୍ରାମବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେବ ବୋଲି କହିବା ସହିତ ବିଭିନ୍ନ ବିରୋଧ ସ୍ଲୋଗାନ ଦେଇ ଅଞ୍ଚଳବାସୀ ଗ୍ରାମକୁ ଫେରିଯାଇଥିବା ପ୍ରକାଶ।

Leave A Reply

Your email address will not be published.