ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା – ୨୦୨୪ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଆଜି (ମଙ୍ଗଳବାର) ଶୁଭ ଉଦଘାଟିତ ହୋଇଯାଇଛି I
ଆଜିର ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା , ପୌରପରିଷଦ ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଜିଲ୍ଲାପାଳ ଗଜପତି , ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀଯୁକ୍ତ ଏ.ରାମ ପ୍ରସାଦ ପାତ୍ର , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଜପତି , ଶ୍ରୀ ପ୍ରଦୀପ କୁମାର ମହାପାତ୍ର , କୃଷି ଅଧୀକ୍ଷକ ଯନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ , କୃଷି ଭବନ ଭୁବନେଶ୍ୱର ଓ ଡ଼ା.ସତ୍ୟ ପ୍ରକାଶ ନନ୍ଦ ଡୀନ୍ , ସେଞ୍ଚୁରିୟାନ ବିଶ୍ଵବିଦ୍ୟାଳୟ , ଆର.ସିତାପୁର , ପାରଳାଖେମୁଣ୍ଡି ପ୍ରମୁଖ ପ୍ରମୁଖ ମଞ୍ଚାସିନ ଥିଲେ I
ଆଜିର ଏହି କୃଷି ମେଳାରେ ଜିଲ୍ଲାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ର ସବୁ ବର୍ଗର ଚାଷୀ , ମହିଳା ସ୍ୱୟଂ ସହାୟିକା ଗୋଷ୍ଠକୁ ରିହାତି ମୂଲ୍ୟରେ ବିଭିନ୍ନ ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। କୃଷକମାନେ ଚାଷ ପ୍ରଣାଳୀର ମାନଦଣ୍ଡ ବୃଦ୍ଧି କରି କିଭଳି ଭଲ ଫସଲ ଅମଳ କରିପାରିବେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ। ସରକାରଙ୍କ ଦ୍ୱାରା ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ କରାଯିବ I ଏହି ମେଳା ଡିସେମ୍ବର ତା.୩ ରିଖ ଠାରୁ ତା.୭ରିଖ ଡିସେମ୍ବର ୨୦୨୪ରିଖ ପର୍ଯ୍ୟନ୍ତ ଚାଲୁ ରହିବ। ସମସ୍ତ ଅତିଥି ମାନେ ଗଜପତି ଜିଲ୍ଲାର ଚାଷୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଜିଲ୍ଲାର ସମସ୍ତ ଚାଷୀଙ୍କ ଉତ୍ପାଦକ କ୍ଷେତ୍ରରେ କମ୍ ସମୟରେ କେମିତି ଅଧିକ ରୁ ଅଧିକ ଫସଲ ଉତ୍ପାଦନ କରିପାରିବେ ଓ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତିର ବିକାଶ ନିମନ୍ତେ କୃଷି ଯାନ୍ତ୍ରିକ ସୁବିଧା ଯୋଗାଇ ଦେବା ସହିତ ଆଜିର ଜିଲ୍ଲା କୃଷି ଯାନ୍ତ୍ରିକ ମେଳା ଆୟୋଜିତ କରାଯାଇଛି ବୋଲି ସମସ୍ତ ଚାଷୀଙ୍କୁ କହିଥିଲେ I ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତି ର ବ୍ୟବହାର ସମ୍ଫର୍କ ରେ ଆଲୋଚନା କରଯାଇଥିଲା। ମିଶ୍ରିତ ଫସଲର ଚାଷ , ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତି ର ସଠିକ୍ ଉପଯୋଗ ଓ ପରିଚଳନା , ଉନ୍ନତ ମାନର ଯାନ୍ତ୍ରିକ କରଣ ସୁବିଧା ଓ ସୁଯୋଗ ନେବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କୃଷକଙ୍କୁ ଭଲ ଚାଷ କରୁଥିବାରୁ ସେମାନଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ମେଳାରେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ସଚେତନତା କରାଯିବ। ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ , ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା ଦେବା ସହିତ ସଚେତନ କରାଇବା , ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ମାନଙ୍କ ନିମନ୍ତେ ବିଶେଷ ରିହାତି ଓ ବିକ୍ରୟ ବ୍ୟବସ୍ଥା , ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ବ୍ୟବସ୍ଥା , କୃଷି ଓ ଅଣ ସଂଗଠିତ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ଏବଂ ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ଉତ୍ପାଦନ ବୃଦ୍ଧିର ବ୍ୟବସ୍ଥା ଇତ୍ୟାଦି ଆଜିର ଏହି ମେଳାରେ ପ୍ରଦର୍ଶିତ କରାଯାଉଛି।
ଆଜିର ଏହି କୃଷି ଯନ୍ତ୍ରପାତି ମେଳା ୫୦ଗୋଟି ଷ୍ଟୋଲ୍ ଖୋଲା ଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ସହିତ ରିହାତି ଦରରେ ଯୋଗାଣ ବ୍ୟବସ୍ଥା କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସୁନେମୀ ମଣ୍ଡଳ , ଅଧ୍ୟକ୍ଷା , ପଞ୍ଚାୟତ ସମିତି ଗୁମ୍ମା , ଶ୍ରୀ ଏସ.ବାଲା ରାଜୁ , ଜିଲ୍ଲାପରିଷଦ ସଭ୍ୟ ଗୋଷାଣୀ , ଉପନିର୍ଦ୍ଦେଶକ ଉଦ୍ୟାନ ଅଧିକାରୀ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଶ୍ରୀ ସୁରେଶ ପଟ୍ଟନାୟକ , ପ୍ରକଳ୍ପ ନିର୍ଦ୍ଦେଶକ , ଜଳ ବିଭାଜିକା ଗଜପତି , ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଓ ସଂଘମିତ୍ରା ପ୍ରଧାନ , ଅତିରିକ୍ତ କୃଷି ଅଧିକାରୀ ଗଜପତି ଜିଲ୍ଲାର ଓ ବିଭିନ୍ନ ବିଭାଗର ଅଧିକାରୀଗଣଙ୍କ ସମେତ କୃଷି ଓ ଆନୁସଙ୍ଗିକ ବିଭଗର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଚାଷୀ ମାନଙ୍କୁ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଏବଂ ଉଦ୍ୟଗି କରଣ ଉପରେ ଆଲୋଚନା କରିଥିଲେ। ପରେ ପରେ ପାରଳାଖେମୁଣ୍ଡି ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ଓ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଶ୍ରୀ ରବିନ୍ଦ୍ର କୁମାର ଆଢେକ ଜିଲ୍ଲା କୃଷି ଅଧିକାରୀ ପାରଳାଖେମୁଣ୍ଡି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।