ଜଳସଂପଦ ବିଭାଗର ବରିଷ୍ଠ ଅଧିକାରୀଙ୍କୁ “ଜଳପ୍ରଭାରୀ’ ଦାୟିତ୍ୱ

0

ଭୁବନେଶ୍ୱର,୦୩/୧୨/୨୦୨୪:ଜଳସମ୍ପଦ ବିଭାଗ ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପ ତଥା ଯୋଜନାଗୁଡିକର ସମ୍ପାଦନ ଓ ଅଗ୍ରଗତିକୁ ତଦାରଖ କରିବା ନିମନ୍ତେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀମାନଙ୍କୁ ଜଳପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛିା ଏହି ଅଧିକାରୀମାନେ ପ୍ରତି ଦୁଇ ମାସରେ ଥରେ ନିଜ ଦାୟିତ୍ୱରେ ଥିବା ଜିଲ୍ଲାକୁ ପରିଦର୍ଶନ କରି ବିଭାଗୀୟ ଯୋଜନାଗୁଡିକର ବ୍ୟାପକ ସମୀକ୍ଷା କରିବୋ ସମ୍ପୃକ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କ୍ଷୁଦ୍ର, ମଧ୍ୟମ ତଥା ବୃହତ୍ତ ଜଳସେଚନ ପ୍ରକଳ୍ପ, ଗଭୀର ନଳକୂପ, ଉଠା ଜଳସେଚନ, ପାଣି ପଞ୍ଚାୟତ, ବନ୍ୟା ନିୟନ୍ତ୍ରଣ ଏବଂ ଜଳ ନିଷ୍କାସନ ଇତ୍ୟାଦି କାର୍ଯ୍ୟଗୁଡିକର ଅଗ୍ରଗତିରେ ବାଧା ହେଉଥିବା ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ ସହ ଆଲୋଚନାପୂର୍ବକ ଉପଯୁକ୍ତ ପଦକ୍ଷେପ ପାଇଁ ସୁପାରିଶ କରିବୋ ସେହିପରି କାର୍ଯ୍ୟକ୍ଷମ ଥିବା ପ୍ରକଳ୍ପଗୁଡିକର କ୍ଷେତ୍ର ପରିଦର୍ଶନ କରି ଏହାର ଉପଯୋଗିତା ମୂଲ୍ୟାଙ୍କନ, ଦକ୍ଷତା ବୃଦ୍ଧି ଏବଂ ରକ୍ଷଣାବେକ୍ଷଣ ତଥା ଆବଶ୍ୟକତା ଅନୁଯାୟୀ ନବୀନକରଣ ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରିବୋ

 

Leave A Reply

Your email address will not be published.