ଗଜପତି ଉତ୍ସବ – ୨୦୨୪ ପାଇଁ ସାଂସ୍କୃତିକ କମିଟି ର ଦ୍ଵିତୀୟ ବୈଠକ ଅନୁଷ୍ଠିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତିବର୍ଷ ଭଳି ଆସନ୍ତା ଡିସେମ୍ବର ୧୮ ରୁ ୨୨ ତାରିଖରେ ଆୟୋଜନ ହେବାକୁ ଥିବା ଗଜପତି ଉତ୍ସବ – ୨୦୨୪ ପାଇଁ ସାଂସ୍କୃତିକ କମିଟି ର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ସାଂସ୍କୃତିକ କମିଟି ର ଅଧ୍ୟକ୍ଷ ଗୁରୁ ରଘୁନାଥ ପାତ୍ର ଙ୍କ ଅଧ୍ୟକ୍ଷତା ରେ ପାଞ୍ଚ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ କିଭଳି ସୁରୁଖୁରୁ ରେ ଚାଲିବ ସେ ନେଇ ଆଲୋଚନା ହୋଇଥିଲା ।
ଜିଲ୍ଲାର ବିଭିନ୍ନ ମୋନୋନିତ ସାଂସ୍କୃତିକ ଅନୁଷ୍ଠାନ କେବଳ ଏଥିରେ ଅଂଶ ଗ୍ରହଣ କରିପାରିବେ। ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ କଳାକାର ନିଜର କଳାକୃତି ଦେଖାଇବେ। ରାଜ୍ୟ ର 10 ଟି ଜିଲ୍ଲା ଯଥା କୋରାପୁଟ , ମାଲକାନଗିରି , ଗଞ୍ଜାମ , ସମ୍ବଲପୁର , ପୁରୀ , ମୟୂରଭଞ୍ଜ , ଖୋର୍ଦ୍ଧା , ବରଗଡ଼ , କଳାହାଣ୍ଡି , ନବରଙ୍ଗପୁରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସେମାନଙ୍କର ଲୋକନୃତ୍ୟ ବା ପାରମ୍ପରିକ ନୃତ୍ୟ ପରିବେଷଣ କରିବେ।
ରାଜ୍ୟ ବାହାରୁ ପୂର୍ବାଞ୍ଚଳ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ତରଫରୁ ପଶ୍ଚିମବଙ୍ଗ ଓ ଝାରଖଣ୍ଡ ର ଦୁଇଟି ସାଂସ୍କୃତିକ ଦଳ ସେମାନଙ୍କର ପାରମ୍ପରିକ ନୃତ୍ୟ ପରିବେଷଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ତିନୋଟି ରାଜ୍ୟର ପାରମ୍ପରିକ ନୃତ୍ୟ ମଧ୍ୟ ପରିବେଷଣ କରିବା ର କାର୍ଯ୍ୟକ୍ରମ ରହିଛି।
ତେବେ ଏହି ପାଞ୍ଚ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମ କିଭଳି ଦର୍ଶକଙ୍କୁ ପ୍ରଭାବିତ କରିବ ବା ମନୋରଞ୍ଜନ କରିବ ସେ ନେଇ ଆଲୋଚନା ହୋଇଥିଲା।
ଉକ୍ତ କମିଟି ର ସଦସ୍ୟ ଡିସିପିଓ ଅରୁଣ ତ୍ରିପାଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ନୃସିଂହ ଚରଣ ପଟ୍ଟନାୟକ , ଆଦର୍ଶ ଦାସ୍ , ହରିହର ପଟ୍ଟନାୟକ , ମନୋଜ ପାଢ଼ୀ , ଶୁଭ୍ରାଶୁ ଶେଖର ପଟ୍ଟନାୟକ , ନାଗେଶ୍ଵର ମହାପାତ୍ର , ଶିଶିର ଗୌଡ଼ , ବାଳକୃଷ୍ଣ ପାଣିଗ୍ରାହି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.